ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭୦ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ; ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତିି

ଭୁବନେଶ୍ୱର : ବଡ଼ଗଡ଼଼ ଥାନା ଅଞ୍ଚଳରେ ଥିବା ଏକ ବସ୍ତିରେ ଘରେ ଏକଲା ଥିବା ୭୦ ବର୍ଷୀୟା ବୃଦ୍ଧାଙ୍କୁ ଜଣେ ବୟସ୍କ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବୃଦ୍ଧା ଜଣଙ୍କ ପାଟି କରିବାରୁ ପଡ଼ୋଶୀ ଲୋକେ ଅଭିଯୁକ୍ତକୁ କାବୁକରି ମାଡ଼ ମାରିଥିଲେ। ଫଳରେ ଅଭିଯୁକ୍ତ ବୃଦ୍ଧ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ବୃଦ୍ଧା ଜଣଙ୍କ ବଡ଼ଗଡ଼଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ କରୁଛି। ଏପରିକି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତକୁ ହସ୍ପିଟାଲରେ ଜଗି ରହିଛି।

ସେ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଥାନା ଅଞ୍ଚଳରେ ଥିବା ବସ୍ତିରେ ରହୁଥିବା ବୃଦ୍ଧାଙ୍କ ଘରେ ପୁଅ ବୋହୂ ନ ଥିବା ବେଳେ ଅଭିଯୁକ୍ତ ବୃଦ୍ଧ ଜଣଙ୍କ ତାଙ୍କ ଘରକୁ ବୁଲିବାକୁ ଆସି ଘରର କବାଟ ଭିତରପଟୁ ବନ୍ଦ କରି ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲେ। ବୃଦ୍ଧ ଜଣଙ୍କ ଖସିଯିବା ସମୟରେ ବୃଦ୍ଧା ଜଣଙ୍କ ପାଟି କରି ପଡ଼ୋଶୀଙ୍କୁ ଡାକିଥିଲେ। ପଡୋଶୀ ଆସି ବୃଦ୍ଧକୁ କାବୁକରି ମାଡ଼ ମାରିଥିଲେ।

Leave A Reply

Your email address will not be published.