15th Aug sidebar
15th Aug sidebar

ଚର୍ଚ୍ଚାରେ ରଣବୀର ସିଂହଙ୍କ ଫଟୋ ସୁଟ୍, ଭାଇରାଲ ହେଉଛି ନଗ୍ନ ଫଟୋ

ମୁମ୍ବାଇ: ରଣବୀର ସିଂହ ବଲିଉଡର ଏକ ଜଣାଶୁଣା ନାମ। ସେ ସବୁ ବେଳେ ନିଜର ଫ୍ୟାଶନ୍ ଓ ଲୁକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହାକୁ ନେଇ ମଧ୍ଯ ସୋସିଆଲ ମଡିଆରେ ପ୍ରଶଂସା ଓ ଟ୍ରୋଲ କରାଯାଇଥାଏ। ଆଉ ଏବେ ନିଜର ନୂଆ ଫଟୋସୁଟ୍ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରଣବୀର ସିଂହ। ନିକଟରେ ସେ ଏକ ଫଟୋ ସୁଟ କରିଛନ୍ତି। ଯେଉଥିରେ ସେ ନଗ୍ନ ଅବସ୍ଥାରେ ନଜର ଆସିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗାଛି। ଗୋଟିଏ ଫଟୋରେ ସେ ବିନା କପଡ଼ାରେ ଶୋଇଥିବାବେଳେ ଅନ୍ୟ ଏକ ଫଟୋରେ ବସିଥିବାର ନଜର ଆସିଛନ୍ତି ରଣବୀର ସିଂହ । ସେ ଏକ ମାଗାଜିନ ପାଇଁ ଏହି ଫଟୋ ସୁଟ କରିଥିବା ଜଣାପଡ଼ିଛି। କେବଳ ରଣବୀର ସିଂହ ନୁହେଁ ଆଗରୁ ଏମିତି ଅନେକ ଅଭିନେତା ଓ ଅଭିନେତ୍ରୀ ଏଭଳି ଫଟୋ ସୁଟ ପାଇଁ ଚର୍ଚ୍ଚାରେ ରହିଥିଲେ।

 

View this post on Instagram

 

A post shared by DietSabya® (@dietsabya)

୧-ମିଲିନ୍ଦ ସୋମନ୍: ୯୦  ଦଶକରେ ମିଲିନ୍ଦ ସୋମନ୍ ମଧ୍ୟ ଏଭଳି ନ୍ଯୁଡ ଫଟୋ ପୋଜକୁ ନେଇ ଚର୍ଚ୍ଚାରେ ଆସିଥିଲେ।  ସେ ୧୯୯୫ ମସିହାରେ ମଡେଲ୍ ମାଧୁ ସାପ୍ରେଙ୍କ ସହ ଏକ ଚପଲ ବିଜ୍ଞାପାନ କରିଥିଲେ। ଯେଉଁଥିରେ ଉଭୟ ମିଲିନ୍ଦ ଓ ମଡେଲଙ୍କୁ ନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏବଂ ଉଭୟଙ୍କ ଶରୀରେ ଏକ ସାପ ଗୁଡାଇ ହୋଇଥିଲା।

milind-soman

 

୨- ପୂଜା ବେଦୀ: କଣ୍ଡୋମ ବିଜ୍ଞାପନ କରି ବିବାଦ ଘେରକୁ ଆସିଥିଲେ ପୂଜା ବେଦୀ।  ସେ ୯୦  ଦଶକରେ କଣ୍ଡୋମ ବ୍ରାଣ୍ଡର ପୋଷ୍ଟରକୁ ନେଇ ଟ୍ରୋଲର ଶିକାର ହୋଇଥିଲେ। ରିଲିଜ୍ ହେବାର କିଛି ମାସ ମଧ୍ୟରେ ଭାରତରେ ଏହି ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

puja-bedi

୩-  ଆମୀର ଖାନ:  ତାଙ୍କୁ ମଧ୍ଯ ପିକେ ଚଳଚ୍ଚିତ୍ରରେ ଏକ ସଟରେ ପ୍ରାୟ ନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା।  ଫଟୋରେ ଆମୀରଙ୍କ ପାଖରେ ପୁରା ଶରୀରରେ ରେଡିଓ ଛଡା ଆଉ କିଛି ନଥି ଲା। କଛି ଦର୍ଶକ ଏହି ଲୁକକୁ ପସନ୍ଦ କରିଥିବା ବେଳେ କିଛି ଦର୍ଶକ ଏହାକୁ ସମାଲୋଚନା କରିଥିଲେ।  ତଥାପି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରିଥିଲା ​​।

amir

୪- ଶର୍ଲିନ୍ ଚୋପ୍ରା:  ସେ ମଧ୍ଯ ଏକ ଚଳଚ୍ଚିତ୍ର ‘କାମସୁତ୍ର ୩ଡି’ ର ସୁଟିଂ କରିଥିଲେ। ଯେଉଁଥିରେ ଅନେକ ଦୃଶ୍ୟରେ ତାଙ୍କୁ ଟପଲେସରେ ଦେଖିବାକୁ ମିଳିଥିଲା। ହେଲେ ସେ ନିଜେେ ଫିଲ୍ମ ସେଟ୍‌ରେ କଫି ପିଉଥିବା ସମୟର ଏକ ନଗ୍ନ ଫଟୋ ପୋଷ୍ଟ କରିଥିଲେ। ଯାହାକି ସୋସିଆଲ ମଡିଆରେ ଖୁବ ଭାଇରାଲ ହୋଇଥିଲା।

Sherlyn-Chopra

୫- ସପନା ଭାଭନାନୀ: ସପନା ଜଣେ ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ।  ରିଆଲିଟି ସୋ “ବିଗ୍ ବସ୍ ୬” ରେ ନଜରରେ ଆସିବା ପରେ ତାଙ୍କ ନାଁ ଜଣାଶୁଣା ହୋଇଥିଲା।  କିନ୍ତୁ ସେ ‘ପେଟା’ ର ଏକ ବିଜ୍ଞାପନରେ ଉଲଗ୍ନ ଭାବରେ ନଜର ଆସିଥିଲେ।

Sapna-Bhavnani

Leave a comment