ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଣବୀରଙ୍କ ବ୍ୟାଚଲର୍‌ ପାର୍ଟି, ତାଲିକାରେ ବହୁ ବଡ଼ ନାମ

ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚଲର୍ ରଣବୀର କପୁର ହାତକୁ ଦି’ହାତ ହେବାକୁ ଯାଉଛନ୍ତି। ରଣବୀର-ଆଲିଆ ଭଟ୍ଟଙ୍କ ବିବାହ ଚଳିତ ବର୍ଷର ସବୁଠୁ ଚର୍ଚ୍ଚିତ ସେଲିବ୍ରିଟି ବିବାହ ହେବାକୁ ଯାଉଛି। ଉଭୟଙ୍କ ବିବାହ ଖବର ଏବେ ଗଣମାଧ୍ୟମର ଚର୍ଚ୍ଚାର ବିଷୟ ରହିଛି। ୧୭ ଏପ୍ରିଲ୍‌ରେ କପୁର ପରିବାରର ପୈତୃକ ଘର ‘ଆର୍‌କେ ହାଉସ୍’ରେ ଉଭୟ ସାତ ଫେରା ନେବେ ବୋଲି ଏବେ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ୧୯୮୦ରେ ଋଷି କପୁର ଓ ନୀତୁ କପୁର ଏଠାରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ଓ ନିକଟ ସମ୍ପର୍କୀୟ ସାମିଲ ହେବେ।

ବିବାହ ପୂର୍ବରୁ ରଣବୀର ଏକ ସାନଦାର୍‌ ବ୍ୟାଚଲର୍‌ ପାର୍ଟି ଦେବେ ବୋଲି ଯୋଜନା କରିଛନ୍ତି। ଏହି ପାର୍ଟିରେ ଯୋଗ ଦେବାକୁ ଥିବା ଅତିଥିଙ୍କ ତାଲିକା ମଧ୍ୟ ଇତିମଧ୍ୟରେ ପ୍ରକାଶ ପାଇଛି। ଅର୍ଜୁନ୍‌ କପୁର, ଆଦିତ୍ୟ ରାୟ କପୁର, ଅୟାନ ମୁଖାର୍ଜୀଙ୍କ ସହ ଅନେକ ବଲିଉଡ୍‌ ସେଲିବ୍ରିଟି ଏଥିରେ ସାମିଲ ହେବେ। ଆର୍‌କେଙ୍କ ବ୍ୟାଚଲର୍‌ ପାର୍ଟିରେ ତାଙ୍କର ଅନେକ ପିଲାଦିନର ବନ୍ଧୁ ମଧ୍ୟ ସାମିଲ ହେବେ। ରଣବୀରଙ୍କ ପରିବାର ଲୋକେ ଏପ୍ରିଲ୍‌ ଶେଷଆଡକୁ ଉଭୟଙ୍କ ବାହାଘର କରିବାକୁ ଚାହୁଁଥିଲେ। ଆଲିଆଙ୍କ ଅଜା ନରେନ୍ଦ୍ରନାଥ ରାଜଦାନଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ପରିବାର ଲୋକ ଶୀଘ୍ର ବାହାଘର ଚାହୁଁଥିଲେ। ତେଣୁ ବାହାଘର ୧୭ ଏପ୍ରିଲ୍‌କୁ ଧାର୍ଯ୍ୟ କରାଯାଇଛି।

ଏବେ ଉଭୟ ରଣବୀର ଓ ଆଲିଆ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ୍‌ରେ ବ୍ୟସ୍ତ ରହିବା ସହ ବାହାଘରର ସପିଂ ମଧ୍ୟ କରୁଛନ୍ତି। ବିବାହ ପରେ ଏହି ଦମ୍ପତିଙ୍କର ହନିମୁନ୍‌ରେ ଯିବାର କୌଣସି ଯୋଜନା ମଧ୍ୟ ନାହିଁ। ରଣବୀର ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଏକ ରୋମାଣ୍ଟିକ୍‌ ଫିଲ୍ମ ସୁଟିଂ ଶ୍ରଦ୍ଧା କପୁରଙ୍କ ସହିତ ଏପ୍ରିଲ୍‌ ୧୩ ପର୍ଯ୍ୟନ୍ତ କରିବେ। ଏହାପରେ ୭ରୁ ୮ଦିନ ବ୍ରେକ୍ ନେଇ ୨୨ ଏପ୍ରିଲ୍‌ରୁ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ‘ଆନିମଲ୍‌’ର ସୁଟିଂ କରିବେ। ସେହିଭଳି ଆଲିଆ ମଧ୍ୟ ଏପ୍ରିଲ୍ ମଧ୍ୟ ଭାଗରେ ଅମିର୍‌ଙ୍କ ସହ ଏକ ବିଜ୍ଞାପନର ସୁଟିଂ କରିବେ।

Leave A Reply

Your email address will not be published.