ଆଲିଆ ଏବଂ ରଣବୀରଙ୍କ ଝିଅର ହେଲା ନାମକରଣ, ଜେଜେମା ନୀତୁ କପୁର ଦେଲେ ଏହି ନାଁ

ମୁମ୍ବାଇ : ବଲିଉଡ୍‌ର ହଟ୍‌ ଯୋଡି ରଣବୀର-ଆଲିଆଙ୍କ ପ୍ୟାନ୍ସଙ୍କ ପାଇଁ ଖୁସି ଖବର। କିଛି ଦିନ ତଳେ କପୁର ପରିବାରକୁ ଆସିଥିବା କୁନି ଅତିଥିର ନାମକରଣ ହୋଇଛି। ନଭେମ୍ବର ୬ରେ ଆଲିଆ ଭଟ୍ଟ ଏକ କନ୍ୟା ସନ୍ତାନ ଜନ୍ମ ଦେବା ପରଠୁ ସୋସିଆଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚ ହେଉଥିଲା କି ରଣବୀର-ଆଲିଆ କନ୍ୟାର ନାଁ କଣ ହେବ। ତେବେ ବର୍ତ୍ତମାନ ସେ ଝିଅର ନାମକୁ ଅଫିସିଆଲ ଭାବେ କନଫର୍ମ କରିଛନ୍ତି ଆଲିଆ ଭଟ୍ଟ। ଯାହା ଫଳରେ ଏହି ହଟ୍‌ ଯୋଡିଙ୍କ ପ୍ରସଂଶକ ମାନଙ୍କର ଅପେକ୍ଷାର ଅନ୍ତ ହୋଇଛି।

ଆଲିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ଶିଶୁ କନ୍ୟାର ନାଁ ନେଇ ପୋଷ୍ଟ କରିଛନ୍ତି। ଆଲିଆ ଭଟ୍ଟ ସୂଚନା ଦେଇଛନ୍ତି ଯେ ଏହି ନାମ ତାଙ୍କ ଝିଅର ଜେଜେମା ଅର୍ଥାତ୍‌ ନୀତୁ କପୁର ଦେଇଛନ୍ତି। ଝିଅର ନାମ ହେଉଛି ‘ରାହା’ କେବଳ ଏତିକି ହିଁ ନୁହେଁ ଏହାର ଅର୍ଥ ହେଉଛି ବହୁତ ସୁନ୍ଦର। ରାହା , ଦିବ୍ୟ ରାସ୍ତା, ସବୁଠାରୁ ସୁନ୍ଦର ରାସ୍ତା । କିନ୍ତୁ ଏହାର ସଂସ୍କୃତରେ ଏହାର ଅର୍ଥ ହେଉଛି ବଂଶ । ବଙ୍ଗାଳୀରେ ଏହାର ଅର୍ଥ ହେଉଛି ଆରାମ, ବିଶ୍ରାମ ଏବଂ ଆରବୀରେ ଖୁସି, ଶାନ୍ତି ଏବଂ ସ୍ୱାଧୀନ। ଏହି ନାମର ଅର୍ଥ ଅନେକ ଅଛି ।

ଆଲିଆ ଆହୁରି ମଧ୍ୟ ଲେଖିଛନ୍ତି ଯେ ପ୍ରଥମ ଥର ଯେବେ ଆମେ ତାକୁ ଧରିଥିଲୁ ଆମକୁ ବହୁତ ଖୁସି ମିଳିଥିଲା। ଶେଷରେ ଆଲିଆ ଲେଖିଛନ୍ତି ଯେ ଧନ୍ୟବାଦ ‘ରାହା’ ଆମ ପରିବାରକୁ ଆସିବା ପାଇଁ , ଆମକୁ ଅନୁଭବ ହେଉଛି ଆମର ଏକ ନୂଆ ଜୀବନ ଏବେ ଆରମ୍ଭ ହୋଇଛି।

ସେପଟେ ଝିଅର ନାମ ନେଇ ଆଲିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ଅନେକ ତାରକା ତାଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି। ଆଲିଆଙ୍କ ଏହି ପୋଷ୍ଟରେ ରଣବୀର ସିଂ, ପ୍ରିୟଙ୍କା ଚୋପ୍ରା, ସୋନମ କପୁର ,ଅନୁଷ୍ମା ଶର୍ମା, କରୀନା କପୁରଙ୍କ ପରି ବଡ଼ କଳାକାର ମାନେ  ହାର୍ଟ ଇମୋଜି ସେଆର କରିଛନ୍ତି। ବଲିଉଡ ଅଭିନେତ୍ରୀ କରୀନା କପୁର ଆଲିଆ ଇନଷ୍ଟାଗ୍ରାମରେ ପୋଷ୍ଟରେ ଏକ ହୃଦୟ ଇମୋଜି ପକାଇ ଲେଖିଛନ୍ତି, “ରାହା କପୁର ମୁଁ ତୁମକୁ ଧରି ପାରିବି…ଆଉ ଅପେକ୍ଷା କରିପାରିବି ନାହିଁ।”

ସୂଚନାଯୋଗ୍ୟ ଦୀର୍ଘ ଦିନ ହେବ ଆଲିଆ ଓ ରଣବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣ ଛେଦ ପକାଇ ଗତ ଏପ୍ରିଲ ୧୪ରେ ଏହି ହଟ୍‌ ଯୋଡି ବିବାହ କରିଥିଲେ। ଏବେ ବିବାହର ୩ ମାସ ପରେ ଏହି ଯୋଡି ତାଙ୍କ ଫ୍ୟାନ୍ସଙ୍କୁ ଆଉ ଏକ ଖୁସି ଖବର ଦେଇଥିଲେ କି ସେମାନେ ବାପା-ମା ହେବାକୁ ଯାଉଛନ୍ତି। ଏହାପରେ ଚଳିତ ମାସ ଅର୍ଥାତ ନଭେମ୍ବର ୬ ତାରିଖରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଆଲିଆ।

Leave a comment