ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଣବୀର ଓ ଆଲିଆଙ୍କ ବିବାହରେ ଯୋଗଦେବେ ୨୮ ଅତିଥି

ବଲିଉଡ୍‌ର ଏବେ ସବୁଠୁ ଚର୍ଚ୍ଚିତ ଖବର ରହିଛି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବାହାଘର। ଦୁହେଁ ଚଳିତ ମାସ କେଉଁ ତାରିଖରେ ବିବାହ କରିବେ ସେନେଇ ଭିନ୍ନ ଭିନ୍ନ କଥା ସାମ୍ନାକୁ ଆସୁଛି। ସେଭଳି ବାହାଘର କେଉଁଠାରେ ହେବ, ତାହାକୁ ନେଇ ମଧ୍ୟ ଏଯାବତ୍‌ ସସ୍‌ପେନ୍ସ ଜାରି ରହିଛି। ନିକଟରେ ଆଲିଆଙ୍କ ଭାଇ ରାହୁଲ ଭଟ୍ଟ, ବିବାହକୁ ନେଇ କିଛି ସୂଚନା ଦେଇଛନ୍ତି। ଅନେକ ବିବାହ ପାଲି ହିଲ୍‌ ସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ହେବ ବୋଲି କହୁଥିବାବେଳେ ଆଉ କିଛି ଚେମ୍ବୁର୍‌ସ୍ଥିତ ‘ଆର୍‌କେ ହାଉସ୍‌’ରେ ହେବ ବୋଲି କହୁଛନ୍ତି। କିନ୍ତୁ ମୁମ୍ବାଇସ୍ଥିତ ଏକ ପଞ୍ଚ ତାରକା ହୋଟେଲରେ ବିବାହ ହେବ ବୋଲି ରାହୁଲ ନିକଟରେ ଗଣମାଧ୍ୟମକୁ ଦେଇଥିବା ସୂଚନାରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବିବାହ ୨୦ ଏପ୍ରିଲ ପୂର୍ବରୁ ହେବ।

ମୁମ୍ବାଇସ୍ଥିତ ତାଜ ମହଲ ପ୍ୟାଲେସ୍‌ କିମ୍ବା ଗ୍ରାଣ୍ଡ୍‌ ହୟାତ ହୋଟେଲରେ ଉଭୟ ଗ୍ରାଣ୍ଡ ରିସେପସନ୍‌ ଦେବେ। ଉଭୟଙ୍କ ବିବାହ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ମିଡିଆ କର୍ମୀଙ୍କ ଡ୍ରୋନ୍‌ କ୍ୟାମେରା ‘ବାସ୍ତୁ ଆପାର୍ଟମେଣ୍ଟ’ ବାହାରେ ବୁଲୁଛି। ଫଳରେ ଏଥିଯୋଗୁଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିବାହ ପାଇଁ ଅତିଥି ତାଲିକା ପ୍ରକାଶ ପାଇଛି। ଏହି ଭବ୍ୟ ସମାରୋହରେ ୨୮ ଜଣ ଅତିଥି( ପରିବାର ସଦସ୍ୟ, ବନ୍ଧୁ ପରିଜନଙ୍କ ସହ ବଲିଉଡ୍‌ର କିଛି ସେଲିବ୍ରିଟି) ଯୋଗଦେବେ। ଆଲିଆଙ୍କ ଦାଦା ମୁକେଶ ଭଟ୍ଟ ବାହାଘରରେ ଯୋଗ ନ ଦେଇ ପାରନ୍ତି। ବିବାହ ସମୟରେ ମହେଶ ଭଟ୍ଟ ଅଲଗା ଅନ୍ଦାଜରେ ନଜର ଆସିବେ। ମହେଶ ଭଟ୍ଟ ସବୁବେଳେ ଜିନ୍ସ ଓ କଳା ସାର୍ଟରେ ନଜର ଆସନ୍ତି।

କିନ୍ତୁ ଆଲିଆଙ୍କ ବାହାଘର ସମୟରେ ସେ ୧୦ ବର୍ଷର ନିୟମକୁ ଭାଙ୍ଗି କୁର୍ତ୍ତା ପାଇଜାମା ପିନ୍ଧିବେ। ପଞ୍ଜାବୀ ରୀତିନୀତିରେ ବିବାହ ସମ୍ପନ୍ନ ହେବା ପରେ ଉଭୟ ଗୁରୁଦ୍ବାରରେ ଏକ ଲଙ୍ଗର୍‌ର ଆୟୋଜନ କରିଛନ୍ତି। ବିବାହର ସୁରକ୍ଷା ଦାୟିତ୍ବରେ ମୁମ୍ବାଇର ୯/୧୧ ଏଜେନ୍ସିକୁ ଦିଆଯାଇଛି। ଯେଉଁଥିରେ ୨୦୦ ବାଉନ୍ସର୍ସ ରହିବେ। ବିବାହ ପାଇଁ ଦିଲ୍ଲୀ ଓ ଲକ୍ଷ୍ନୌରୁ ସ୍ବତନ୍ତ୍ର ସେଫ୍‌ ଆସିବେ। ବିବାହ ମେନ୍ୟୁରେ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବ୍ୟଞ୍ଜନଗୁଡ଼ିକୁ ସାମିଲ କରାଯିବ। ଆଲିଆ ଭେଗାନ୍‌ ହୋଇଥିବାରୁ ଏଥିରେ ୨୫ଟି ଭେଗାନ୍‌ କାଉଣ୍ଟର ରହିବ। ବିବାହ ଉତ୍ସବରେ ଫଟୋ ଓ ଭିଡିଓ ଉତ୍ତୋଳନକୁ ବାରଣ କରାଯାଇଛି।

Leave A Reply

Your email address will not be published.