ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

“ସକାଳ” ପ୍ରଭାବ: ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶରେ ସମାଧାନ ହେଲା ରମେଶଙ୍କ BSKY କାର୍ଡ଼ ସମସ୍ୟା, ପାଇବେ ମାଗଣା ଚିକିତ୍ସା

ଭୁବନେଶ୍ବର: ଦୈନିକ ସମ୍ବାଦପତ୍ର ସକାଳ, ତା ୦୩/୦୧/୨୦୨୩ ରିଖ ଦିନ ପ୍ରକାଶିତ “ଫାଇଲ୍ ତଳେ ହଜିଯାଇଛି ….. ଅପେକ୍ଷାରେ ରମେଶ” ଶୀର୍ଷକ ସମ୍ବାଦ ଦୃଷ୍ଟିକୁ ଆସିବାମାତ୍ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଲିନୀ ପଣ୍ଡିତ ତୁରନ୍ତ କାର୍ଯାନୁଷ୍ଠାନ ନିମନ୍ତେ ବି.ଏସ୍.କେ.ୱାଇ. ଟିମକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଲା ବି.ଏସ୍.କେ.ୱାଇ. ସଂଯୋଜାକ ବାସ୍ତବସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଅନୁସନ୍ଧାନରୁ ଖାଦ୍ୟ ସୁରକ୍ଷା ଯୋଜନାର ତଥ୍ୟ ସମ୍ବଳିତ ସଫଟଓୟାରରେ ଥିବା ସମସ୍ୟା ବିଷୟ ଜଣାପଡିଥିଲା ।

ତିନି ରୁ ଚାରି ଘଣ୍ଟା ମଧ୍ୟରେ କୋଇଡ଼ାର ବି. ଡ଼ି. ଓ, ଖାଦ୍ୟ ଓ ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବି.ଏସ୍.କେ.ୱାଇ. ଟିମ୍ ଙ୍କ ମିଳିତ ପ୍ରଚେଷ୍ଟା ଫଳରେ ସଫଟଓୟାରରେ ଥିବା ସମସ୍ୟାର ସମାଧାନ ହୋଇଥିଲା । ଶଗଡ଼ଭଙ୍ଗା ଗ୍ରାମର ରମେଶ ନାୟକଙ୍କ ପରିବାରର ନାମ ଅପରାହ୍ନ ୫ଟା ସୁଦ୍ଧା ବି.ଏସ୍.କେ.ୱାଇ. କାର୍ଡ଼ ତଥ୍ୟ ଭିତିରେ ସନୀବଶିତ ହୋଇଥିଲା ।

ବର୍ତ୍ତମାନ ରମେଶ ଓଡ଼ିଶା ଭିତରେ ଏବଂ ବାହାରେ ବି.ଏସ୍.କେ.ୱାଇ. ପଞ୍ଜିକୃତ ହୋଇଥିବା ୫୫୪ ଟି ସୁପରସ୍ପେସାଲିଷ୍ଟ୍ ହସ୍ପିଟାଲରେ ଉଚ୍ଚମାନର ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଅତି ସ୍ବଳ୍ପ ସମୟ (୪ ରୁ ୫ ଘଣ୍ଟା) ମଧ୍ୟରେ ଗୋଟିଏ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ କେତେ ଦିନର ସମସ୍ୟା ପୂର୍ଣଭାବେ ସମାଧାନ କରିଥିବାରୁ ଶାସନ ସଚିବ ଶ୍ରୀମତୀ ପଣ୍ଡିତ ବି.ଏସ୍.କେ.ୱାଇ. ଟିମ୍, ଜିଲ୍ଲା ଓ ବ୍ଲକ୍ ପ୍ରଶାସନଙ୍କୁ ସାଧୁବାଦ୍ ଜଣାଇଛନ୍ତି । ଏହି ପରିବାରଙ୍କ ଦୁଃଖ ବିଷୟ ଦୃଷ୍ଟିକୁ ଆଣିଥିବାରୁ ପଣ୍ଡିତ ମଧ୍ୟ “ସକାଳ”ର ସମ୍ପାଦନା ମଣ୍ଡଳୀ ଓ ପତ୍ରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହି ସମାଧାନ ସମ୍ବାଦ ପ୍ରକାଶିତ ହେଲେ ଉକ୍ତ ପରିବାରଙ୍କର ଚିକିତ୍ସା ସମ୍ବନ୍ଧି୍ତ ଆର୍ଥିକ ସମସ୍ୟା ଦ୍ବରିଭୁତ ହେବ ବୋଲି ବୁଦ୍ଧିଜିଵୀ ମାନେ ମତ ଦେଇ ଏତାଦୁଶ ଯୋଜନା ଓ ପ୍ରଚେଷ୍ଟା ପାଇଁ ଓଡ଼ଶା ସରକାର ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

 

Leave A Reply

Your email address will not be published.