ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଁ ଦାଣ୍ଡରେ ଲହଡ଼ି ମାରୁଛି ପାଣି, ତହସିଲ କାର୍ଯ୍ଯାଳୟ ଆଗରେ ଧାରଣାରେ ବସିଲେ ମହିଳା

ରାଜନଗର: ରାଜନଗର ବ୍ଲକ ହେଡକ୍ୱାର୍ଟରର ଦୁର୍ଗାମଣ୍ଡପ ଠାରୁ କଚେରୀ ପୋଖରୀ ଯାଏଁ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହିଛି । ପାଣି ନିଷ୍କାସନ ବାଟ ଜବରଦଖଲ ଯୋଗୁଁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଦୀର୍ଘ ଏକ ବର୍ଷ ହେଲା ଏପରି ଅଚଳାବସ୍ଥା ସୃଷ୍ଟି ହୋଇଛି । ସ୍ଥାନୀୟ ମହିଳାମାନେ ଏ ନେଇ ପୂର୍ବରୁ ବାରମ୍ବାର ତହସିଲଦାରଙ୍କୁ ଜଣାଇ ଆସିଛନ୍ତି । ଏପରିକି ଆଦର୍ଶ ଗ୍ରାମ ଯୋଜନାରେ ଡ୍ରେନ ତିଆରି ପାଇଁ ଅର୍ଥ ଥିଲେ ମଧ୍ୟ ଜବରଦଖଲ ଯୋଗୁଁ ଡ୍ରେନ ନିର୍ମାଣ ହୋଇପାରୁନାହିଁ । ବାରମ୍ବାର ଭେଟିବା ପରେ ତହସିଲଦାର କୌଣସି ପଦକ୍ଷେପ ନେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ବାତ୍ୟା ଠାରୁ ଆଜିଯାଏଁ ଗାଁ ଦାଣ୍ଡରେ ପାଣି ଜମି ରହିଛି । ଲୋକେ ଯା’ଆସ କରିପାରୁନାହାଁନ୍ତି । ଏପରିକି ନଲକୂପ ଚାରିପଟେ ନର୍ଦ୍ଧମା ପାଣି ଜମି ରହିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ଆଜି ୫୦ ରୁ ଉର୍ଦ୍ଧ୍ୱ ମହିଳା ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ପହଁଚି ଧାରଣାରେ ପହଁଚିଥିଲେ । ତହସିଲଦାର ଭୋଳାନାଥ ସେଠୀ ସେଠାରେ ପହଁଚିବା ପରେ ତାଙ୍କୁ ଅଫିସ ଭିତରକୁ ଛାଡିନଥିଲେ । ପ୍ରଥମେ ସମସ୍ୟା ସମାଧାନ କର, ପରେ ଉଠିବୁ ବୋଲି କହିଥିଲେ । ତହସିଲଦାର ଘଟଣାସ୍ଥଳକୁ ଯାଇ ଦେଖି ଆସିବା ପରେ ୮ଦିନ ଭିତରେ ଜବରଦଖଲ ହଟାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମହିଳାମାନେ ଧାରଣାରୁ ଉଠିଥିଲେ ।

Leave A Reply

Your email address will not be published.