ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଜନୀକାନ୍ତଙ୍କୁ ମିଳିବ ‘ଦାଦାସାହେବ ଫାଲକେ’ ପୁରସ୍କାର

ନୂଆଦିଲ୍ଲୀ : ୫୧ତମ ଦାଦାସାହେବ ଫାଲକେ ସମ୍ମାନ ଘୋଷଣା କରାଯାଇଛି । ଅଭିନେତା ସୁପରଷ୍ଟାର ରଜନୀକାନ୍ତଙ୍କୁ ‘ଦାଦାସାହେବ ଫାଲକେ’ ପୁରସ୍କାର ମିଳିବ। ଏନେଇ ଟ୍ବିଟ କରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଛନ୍ତି । । କଳା ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ।

କରୋନା ଭାଇରସ ସଂକ୍ରମଣ ହେତୁ ଚଳିତ ବର୍ଷ ଦାଦ ସାହେବ ଫେଲକେ ପୁରସ୍କାର ବିଳମ୍ବରେ ଘୋଷଣା କରାଯାଇଛି । କିଛି ଦିନ ପୂର୍ବରୁ ରାଷ୍ଟ୍ରୀୟ ପୁରସ୍କାର ଘୋଷଣା କରାଯାଇଥିଲା । ଏହା ଭାରତୀୟ ସିନେମା ଜଗତରେ ଏକ ପ୍ରତିଷ୍ଠିତ ସମ୍ମାନ ଅଟେ ।


ଗୁରୁବାର ଟ୍ବିଟ କରି ପ୍ରକାଶ ଜାଭଡେକର ଲେଖିଛନ୍ତି, ‘ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତ ଯିଏ ଇତିହାସର ଜଣେ ମହାନ ଅଭିନେତା । ତାଙ୍କୁ ୨୦୨୦ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ଘୋଷଣା କରି ଖୁସି ଅନୁଭବ ହେଉଛି । ଅଭିନେତା, ନିର୍ମାତା ଏବଂ ସ୍କ୍ରିନ୍ ରାଇଟର୍ ଭାବରେ ତାଙ୍କର ଅବଦାନ ଆଇକନିକ୍ । ମୁଁ ଜୁରିଙ୍କୁ ଧନ୍ୟବାଦ ଜଣାଉଛି ତାଙ୍କୁ ଏହି ପରୁସ୍କାର ପାଇଁ ମନୋନୀତ କରିଥିବାରୁ । ସୂଚନାଯୋଗ୍ୟ ୫୧ତମ ଦାଦାସାହେବ ଫାଲକେ ପୁରସ୍କାର ଜୁରିରେ ସାମିଲ ଥିଲେ ଆଶା ଭୋସଲେ, ସୁଭାଷ ଘାଇ, ମୋହନଲାଲ ଓ ଶଙ୍କର ଭଳି ସେଲିବ୍ରିଟି।

Leave A Reply

Your email address will not be published.