୧୫ଦିନ ହେବ ଅନଶନରତ ପରିବେଶବିତଙ୍କୁ ଭେଟିଲେ ଜଳମାନବ ରାଜେନ୍ଦ୍ର ସିଂ

କେନ୍ଦ୍ରାପଡ଼ା : ଖରସ୍ରୋତା ନଦୀ ଜଳ ପ୍ରକଳ୍ପ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଜଳ ମାନବ ସମର୍ଥନ କରି ଅନଶନରତ ପରିବେଶବିତଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭେଟିଛନ୍ତି । ଚିକିତ୍ସାଧିନ ଥାଇ ୧୫ଦିନ ହେବ ଅନଶନରତ ଥିବା ସାମାଜିକ କର୍ମୀ ଶ୍ରୀକାନ୍ତ ନାୟକଙ୍କୁ ଜଳମାନବ ରୂପେ ସାରାଦେଶରେ ପରିଚିତ ରାଜେନ୍ଦ୍ର ସିଂ ଭେଟି ଅନଶନ ଭଙ୍ଗ କରିବାକୁ ଅନୁରୋଧ କରିଥିଲେ ।  ଶ୍ରୀ ସିଂଙ୍କ ସହିତ ସୁଦର୍ଶନ ଦାସ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମଧ୍ୟ ଶ୍ରୀକାନ୍ତଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।

ଜଳମାନବ ଶ୍ରୀ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ଖରସ୍ରୋତା ପ୍ରକଳ୍ପ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସେ ସମର୍ଥନ କରୁଛନ୍ତି । ଭଦ୍ରକ ଜିଲ୍ଲାର ଲୋକଙ୍କୁ ପାଣି ଯୋଗାଇ ଦେବାକୁ ସେ ବିରୋଧ କରୁନାହାନ୍ତି । କିନ୍ତୁ ଏକ କମ୍ପାନୀ ଧୋକା ଦେଇ ଘରେ ନଳ ଲଗାଇ ନଳରେ ଜଳ ଦେବାକୁ କହୁଛି । ସେହି କମ୍ପାନୀ ତାର ବନ୍ଦରକୁ ପାଣି ନେବାକୁ ଚାହୁଁଛି । ସେହି କମ୍ପାନୀର ଧୋକାକୁ ଆମେ ବୁଝି ପାରିଛୁ । ତେଣୁ ଆମେ ଏହି ଆନ୍ଦୋଳନରେ ଓଡିଶାର ଆନ୍ଦୋଳନରତ ଲୋକମାନଙ୍କୁ ସମର୍ଥନ କରୁଛୁ । ପ୍ରଶାସନ ଯେପରି ଭାବରେ ଆନ୍ଦୋଳନରତ ଲୋକଙ୍କ ଉପରେ ପୋଲିସ ଫୋର୍ସ ଲଗାଇ ଅତ୍ୟାଚାର କରିବା ସହ ମିଥ୍ୟା ମାମଲା କରୁଛି ଆମେ ତାକୁ ବିରୋଧ କରିବା ସହ ଲୋକଙ୍କ ନାର୍ଯ୍ୟ ଅଧିକାର ପାଇଁ ଲଢେଇକୁ ପୂର୍ଣ୍ଣ ସମର୍ଥନ କରୁଛୁ । ଭିତରକନିକାର ଜଙ୍ଗଲ, ଜଙ୍ଗଲର ପଶୁ ଏବଂ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ୧୫ଦିନ ଧରି ଶ୍ରୀକାନ୍ତ ଅନଶନ କରି ଆସିଛନ୍ତି । ଏହା ଏକ ସମ୍ବେଦନଶୀଳ ଘଟଣା ତୁରନ୍ତ ଅନଶନରତ ଶ୍ରୀକାନ୍ତଙ୍କ ସହ ଆଲୋଚନା କରିବା ଉଚିତ ଥିଲା । ମୁଁ ଏହି ଆନ୍ଦୋଳନରେ ଶ୍ରୀକାନ୍ତ ସହିତ ଅଛିି । ଶ୍ରୀକାନ୍ତଙ୍କୁ ଶ୍ରୀ ସିଂ ଅନସନ ଭାଙ୍ଗିବାକୁ ଅନୁରୋଧ କରିଥିଲେବି ଶ୍ରୀକାନ୍ତ ଅନସନ ଭାଙ୍ଗିବାକୁ ରାଜି ହୋଇନଥିଲେ ।

Leave a comment