ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ ୨୦୨୨ ଏଲିମିନେଟର : ଲକ୍ଷ୍ନୌ ବିପକ୍ଷରେ ରଜତ ପାଟିଦାରଙ୍କ ରନ୍‌ ବର୍ଷା, ବାଙ୍ଗଲୋରର ବିଶାଳ ସ୍କୋର୍‌

କୋଲକାତା : ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌କୁ ବିଜୟ ପାଇଁ ୨୦୮ ରନ୍‌ର ଟାର୍ଗେଟ ଦେଇଛି। କୋଲକାତାର ଇଡେନ୍‌ ଗାର୍ଡେନରେ ବର୍ଷା କାରଣରୁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲୋକେସ୍‌ ରାହୁଲଙ୍କ ସୁପର୍‌ ଜିଆଣ୍ଟସ୍‌ । ଯାହା ଫଳରେ ପ୍ରଥମେ ବ୍ୟାଟିଂ ପଡିଆକୁ ଓହ୍ଲାଇଥିଲା ଫାଫ୍‌ ଡୁ’ ପ୍ଲେସିସ୍‌ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର। ବର୍ଷା ବାଧାପ୍ରାସ୍ତ ମ୍ୟାଚରେ ଲକ୍ଷ୍ନୌ ବିପକ୍ଷରେ ରନ୍‌ର ବର୍ଷା କରିଥିଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରର ବ୍ୟାଟର ରଜତ ପାଟିଦାର। ରଜତଙ୍କ ଦମଦାର ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭର ଖେଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ୪ ୱିକେଟ ବିନିମୟରେ ୨୦୭ ରନ୍‌ର ବିଶାଳ ସ୍କୋର କରିଛି। ଯାହା ଫଳରେ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଦ୍ବିତୀୟ କ୍ୱାଲିଫାୟର ଖେଳିବାକୁ ହେଲେ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌କୁ ୨୦୮ ରନ୍‌ କରିବାକୁ ପଡିବ।

ଆଜିର ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୪ ରନ ସ୍କୋରରେ ଅଧିନାୟକ ଡୁ ପ୍ଲେସିସ(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ବିରାଟ କୋହଲି ଏବଂ ରଜତ ପାଟିଦାର ଆକ୍ରମଣାତ୍ମକ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍‌ରେ ୭୦ ରନ ଯୋଡିଥିଲେ। କୋହଲି ୨୫ ରନ କରି ଆଉଟ୍ ହୋଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵେଲ(୯) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ମହିପାଲ ଲୋମରୋର ୧୪ ରନ କରି ଆଉଟ୍ ହୋଇଥିଲେ। ୧୧୫ ରନରେ ୪ ଓ୍ଵିକେଟ୍ ହରାଇବା ପରେ କ୍ରିଜରେ ଜମି ରହିଥିବା ରତଜ ପାଟିଦାର ଏବଂ ଦିନେଶ କାର୍ତ୍ତିକ ଦଳର ଇନିଂସକୁ ଆଗକୁ ବଢାଇଥିଲେ।

ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ଦଳର ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ପାଟିଦାର ମାତ୍ର ୫୪ ବଲରୁ ୧୧୨ର ଅପରାଜିତ ଧୂଆଁଧାର ଶତକୀୟ ଇନିଂସ ଖେଳିଥିଲେ। ପାଟିଦାର ତାଙ୍କ ଇନିଂସରେ ୭ଟି ଛକା ଓ ୧୨ଟି ଚୌକା ମାରିଛନ୍ତି। ସେହିପରି କାର୍ତ୍ତିକ ୫ଟି ଚୌକା ଓ ୧ ଛକା ମାରିଛନ୍ତି।

Leave A Reply

Your email address will not be published.