ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜସ୍ଥାନରେ ବଢୁଛି ମହିଳା ବିରୋଧୀ ଅପରାଧ: ୨ ବର୍ଷରେ ୧୧,୩୦୭ ନାବାଳିକାଙ୍କୁ ଦୁଷ୍କର୍ମ

ଜୟପୁର: ରାଜସ୍ଥାନରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି। ରାଜ୍ୟରେ ଦିନକୁ ଦିନ ମହିଳା ଏବଂ ଶିଶୁ ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି। ଶନିବାର କରୋଲିରେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଛି। ଏହାକୁ ନେଇ ଲୋକେ ଆଇନବ୍ୟବସ୍ଥାକୁ କାଠଗଡାକୁ ଟାଣିଛନ୍ତି। ଏପରି ସମୟରେ ଆଇନଶୃଙ୍ଖଳାକୁ ନେଇ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଗତ ୨୮ ମାସ (୨୦୨୦ରୁ ୨୦୨୨ ଏପ୍ରିଲ)ରେ ୧୩,୮୯୦ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏଥିରେ ୧୧,୩୦୭ ନାବାଳିକା ଦୁଷ୍କର୍ମ ମାମଲା ସାମିଲ ରହିଛି। ୨ ବର୍ଷରେ ୧୨ ବର୍ଷରୁ କମ୍‌ ବୟସର ୧୭୦ ଶିଶୁ ଦୁଷ୍କର୍ମର ଶିକାର ହୋଇଛନ୍ତି। ସରକାର ୨୦୧୩ରେ ଏଭଳି ମାମଲାରେ ଫାଶୀ ଦେବାର ବ୍ୟବସ୍ଥା କରିଥିଲେ। ଏହା ସତ୍ତ୍ବେ ଏଭଳି ଅତିସମ୍ବେଦନଶୀଳ ମାମଲାରେ ପକ୍ସୋ କୋର୍ଟରେ ଚାପ ବଢ଼ିବାରେ ଲାଗିଛି। ଜୟପୁରର ୭ ପକ୍ସୋ କୋର୍ଟରେ ୭୦୦ ମାମଲା ପଡିରହିଛି। ୨୮ ମାସରେ ରାଜ୍ୟରେ ରୁଜୁ ହୋଇଥିବା ୪୫ ପ୍ରତିଶତ ଅର୍ଥାତ ୬୧୯୧ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି। ଏଥିରୁ ମାତ୍ର ୪.୪୬ ପ୍ରତିଶତଙ୍କୁ ଦଣ୍ଡମିଳିଛି। ୩ ବର୍ଷରେ ନାବାଳିକା ଦୁଷ୍କର୍ମ ମାମଲାରେ ୮ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ କାହାକୁ ଫାଶୀ ଦିଆଯାଇ ନାହିଁ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ଯେ ପକ୍ସୋ କୋର୍ଟ ଗତ ୩ ବର୍ଷରେ ୮ ଦୋଷୀଙ୍କୁ ଫାଶୀ, ୧୩୭ରୁ ଊର୍ଦ୍ଧ୍ବଙ୍କୁ ଆଜୀବନ କାରାଦଣ୍ଡ, ୬୨୦ରୁ ଅଧିକ ଦୋଷୀଙ୍କ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ତେବେ ସତ ହେଲା ଏ ପର୍ଯ୍ୟନ୍ତ କାହାକୁ ଫାଶୀ ଦିଆଯାଇନାହିଁ।

Leave A Reply

Your email address will not be published.