ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜସ୍ଥାନରେ ଲାଗିବ ରାଷ୍ଟ୍ରପତି ଶାସନ! କଂଗ୍ରେସକୁ ଝଟକା ଦେବାକୁ ବିଜେପି ଆପଣେଇଛି ଏପରି ରଣନୀତି……

ଜୟପୁର : ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବା ବେଳେ ଏବେ ରାଷ୍ଟ୍ରପତି ଶାସନ ଆଡକୁ ଗତି କରୁଥିବା ଚର୍ଚ୍ଚା ହେଉଛି। ରାଜନୈତିକ ସଙ୍କଟ ଓ ୯୨ ବିଧାୟକଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେ ବାଚସ୍ପତି ସିପି ଯୋଶୀଙ୍କ ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ସହ ରାଜ୍ୟ ରାଷ୍ଟ୍ରପତିଙ୍କ ଶାସନ ଆଡକୁ ଗତି କରୁଛି ବୋଲି କୁହାଯାଉଛି । ବର୍ତ୍ତମାନ ସମସ୍ତ ନଜର ରାଜ ଭବନ ଉପରେ ରହିଛି । ବିରୋଧୀ ଦଳ ବିଜେପି ବର୍ତ୍ତମାନ ୱେଟ ଆଣ୍ଡ ୱାଚ ନୀତି ଆପଣେଇ ବା ସହ ସଠିକ ସମୟକୁ ଅନେଇ ବସିଛି। ବିଜେପିର ନେତାମାନେ ବାଚସ୍ପତି ସିପି ଯୋଶୀଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି, ଯାହା ପରେ ଦଳ ରାଜ ଭବନର ଦାରସ୍ଥ ହୋଇ ପାରିବେ ।

ବର୍ତ୍ତମାନେ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ତେବେ ରାଜସ୍ଥାନର ରାଜନୀତିରେ ବରିଷ୍ଠ ନେତାଙ୍କ ସହ ତାଙ୍କର ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ସମୟରେ ବିଧାନସଭାରେ ବିରୋଧୀ ଦଳର ଉପନେତା ରାଜେନ୍ଦ୍ର ରାଥୋଡ କହିଛନ୍ତି, “ଯେତେବେଳେ ୯୦ ପ୍ରତିଶତ ବିଧାୟକ ଓ ସରକାରଙ୍କ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି, ସେତେବେଳେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ବୈଠକ ଡାକି ବିଧାନସଭା ଭଙ୍ଗ କରିବାକୁ ଘୋଷଣା କରିବା ଉଚିତ୍ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ପୁରା ସ୍ଥିତି ଉପରେ ନଜର ରଖିଛି ।

ଅନ୍ୟପଟେ ୯୨ ବିଧାୟକଙ୍କ ଇସ୍ତଫା ପତ୍ର ବାଚସ୍ପତି ଗ୍ରହଣ ନକରିବାକୁ ନେଇ ମଧ୍ୟ ବିବାଦ ଦେଖାଦେଇଛି। ବିଜେପି ରାଜ୍ୟ ସଭାପତି ତଥା ବିରୋଧୀ ଦଳର ଉପନେତା କହିଛନ୍ତି ଯେ ଦଳର ବିଧାୟକମାନେ ଦେଇଥିବା ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିବା ଉଚିତ୍ । ବିଜେପି ରାଜ୍ୟ ସଭାପତି ସତୀଶ ପୁନିୟା କହିଛନ୍ତି, କଂଗ୍ରେସ ବିଧାୟକମାନେ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି । ଏଭଳି ପରିସ୍ଥିତିରେ ବିଧାନସଭାର ବାଚସ୍ପତି ସିପି ଯୋଶୀ ଏହାକୁ ଗ୍ରହଣ କରିବା ଉଚିତ୍, କଂଗ୍ରେସରେ ଅସନ୍ତୋଷର କାରଣ କାହିଁକି ରାଜ୍ୟବାସୀ ବହନ କରିବେ ବୋଲି ସେ କହିଛନ୍ତି।

ସଚିନ ପାଇଲଟଙ୍କ ପାଇଁ ଖୋଲା ଅଛି ବିଜେପି କବାଟ

ରାଜସ୍ଥାନ ରାଜନୀତିରେ ହାଇ ଡ୍ରାମା ମଧ୍ୟରେ ସଚିନ ପାଇଲଟଙ୍କ ପାଇଁ ବିଜେପି ଦୁଆର ଖୋଲା ଅଛି। ସେ ଯେତେବେଳେ ଚାହିଁବେ ବିଜେପିରେ ମିଶି ପାରିବେ ବୋଲି କହିଛନ୍ତି ରାଜସ୍ଥାନ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ।  ପାଇଲଟଙ୍କ ସମ୍ପର୍କରେ ସେ  କହିଛନ୍ତି, ସଚିନ ପାଇଲଟଙ୍କ ପାଇଁ ବିଜେପିର କବାଟ ବନ୍ଦ ହୋଇନାହିଁ । ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପାର୍ଟି ହାଇକମାଣ୍ଡ ଗ୍ରହଣ କରିବ । ଯଦି ଏପରି ପରିସ୍ଥିତି ଉପୁଜେ ତେବେ ପାର୍ଟି ହାଇକମାଣ୍ଡ ଏହା ଉପରେ ନିଷ୍ପତ୍ତି ନେବେ ।

ଏହି ସମୟରେ ବିରୋଧୀ ଦଳର ଉପନେତା ରାଜେନ୍ଦ୍ର ରାଠୋର କହିଛନ୍ତି ଯେ ବଲ ବର୍ତ୍ତମାନ ବାଚସ୍ପତିଙ୍କ କୋର୍ଟରେ ଅଛି । ତାଙ୍କ ସାମ୍ନାରେ କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇଛନ୍ତି । ଯେତେବେଳେ ବିଧାନସଭା ବାଚସ୍ପତି ଏହି ଇସ୍ତଫା ଉପରେ ନିଷ୍ପତ୍ତି ନେବେ, ସେତେବେଳେ ହିଁ ବିଜେପି ଅନ୍ୟ କୌଣସି ପଦକ୍ଷେପ ନେବ । ଆମେ ସମସ୍ତେ କଂଗ୍ରେସରେ କ୍ଷମତା ସଂଗ୍ରାମର ଖେଳ ଦେଖୁଛୁ । ସେ ପାଇଲଟଙ୍କୁ ମଧ୍ୟ ପ୍ରଶଂସା କରି କହିଛନ୍ତି, ଗତ ଦେଢ଼ ବର୍ଷ ଧରି କୌଣସି ମିଥ୍ୟା ବୟନ ନ ଦେଇଥିବାରୁ ମୁଁ ତାଙ୍କୁ (ପାଇଲଟ) ପ୍ରଶଂସା କରିବି ।

କଂଗ୍ରେସ ସଭାପତି ରେସ୍‌ରୁ ଗେହଲଟ୍‌ ଆଉଟ୍‌

ମୁଖ୍ୟମନ୍ତ୍ରୀ ଥାଇ ବି କଂଗ୍ରେସ ସଭାପତି ପଦ ପାଇଁ ଲୋଭ କରି ବସିଥିବା ଅଶୋକ ଗେହଲଟ ଏବେ ନିଜେ ଏହି ରେସ୍‌ରୁ ଓହରି ଯାଇଛନ୍ତି। ଅଶୋକ ଗେହଲଟ୍‌ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ମନା କରିଦେଇଥିଲେ। ଏହାକୁ ନେଇ ହାଇକମାଣ୍ଡ ଅସନ୍ତୋଷ ଥିଲେ।ଏବେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଦଳ ନୂଆ ବିଳକ୍ପ ଖୋଜୁଛି। ସୂଚନାନୁସାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ମଧ୍ୟ ରାଷ୍ଟ୍ରପତି ପଦ ଦୌଡ଼ରେ ନାହାଁନ୍ତି। ଦଳ ମଲ୍ଲିକାର୍ଜୁନ ଖାଡଗେ ଏବଂ ଦିଗବିଜୟ ସିଂହଙ୍କ ନାମ ଉପରେ ବିଚାର କରୁଛି।ବାସ୍ତବରେ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଖାଲି ପଡିଥାଆନ୍ତା। ଏହି ପଦ ପାଇଁ ହାଇକମାଣ୍ଡଙ୍କ ପ୍ରଥମ ପସନ୍ଦ ଥିଲେ ସଚିନ ପାଇଲଟ୍‌। କିନ୍ତୁ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ କୌଣସି ବି ପରିସ୍ଥିତିରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଗ୍ରହଣ କରିବାକୁ ରାଜି ନଥିଲେ। ଏଭଳି ପରିସ୍ଥିତିରେ ଦଳର ବହୁ ବିଧାୟକ ଇସ୍ତଫା ଦେବାକୁ ଧମକ ଦେଇଥିଲେ।

ରବିବାର ରାଜସ୍ଥାନ କଂଗ୍ରେସ ବିଧାୟକ ଦଳର ବୈଠକ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବସିବାର ଥିଲା। କିନ୍ତୁ ଗେହଲଟଙ୍କ ବଶ୍ୱସ୍ତ ଥିବା ଅନେକ ବିଧାୟକ ବୈଠକକୁ ଆସିନଥିଲେ। ସେମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧରୱାଲଙ୍କ ବଙ୍ଗଳା ଠାରେ ଏକ ସଭା କରିଥିଲେ ଏବଂ ପରେ ବିଧାନସଭା ବାଚସ୍ପତି ଡକ୍ଟର ସିପି ଜୋଶୀଙ୍କୁ ଭେଟିବାକୁ ଯାଇଥିଲେ। ଅନ୍ୟପଟେ ଅଜୟ ମାକେନ୍ ଏବଂ ମଲ୍ଲିକାର୍ଜୁନ୍ ଖଡଗେ ଏହି ସମସ୍ୟାର ସମାଧାନ ପାଇଁ ଗେହଲୋଟ୍ କ୍ୟାମ୍ପର ବିଧାୟକଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଧାୟକମାନେ କଥାବାର୍ତ୍ତା କରିବାକୁ ସଫା ସଫା ମନା କରିଦେଇଥିଲେ।କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲିବ। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର ୮। ଗୋଟିଏରୁ ଅଧିକ ପ୍ରାର୍ଥୀ ହେଲେ ଅକ୍ଟୋବର ୧୭ରେ ଭୋଟ୍ ଗ୍ରହଣ କରାଯିବ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା କରାଯିବ।

ରାଜସ୍ଥାନ ବିଧାନସଭାର ଗଣିତ

ରାଜସ୍ଥାନ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୦୦ । ମ୍ୟାଜିକ୍ ନମ୍ବର ହେଉଛି ୧୦୧ । କଂଗ୍ରେସ ପାଖରେ ୧୦୮ ବିଧାୟକ ଥିବା ବେଳେ ବିଜେପି ପାଖରେ ଅଛନ୍ତି ୭୦ ବିଧାୟକ । ସେହିପରି ସ୍ୱାଧୀନ ୧୩ ଓ ଅନ୍ୟାନ୍ୟ ୦୮ ଜଣ ବିଧାୟକ ରହିଛନ୍ତି ।ସରକାରଙ୍କୁ ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ୨, ଭାରତୀୟ ଟ୍ରାଇବଲ ପାର୍ଟିର ୨, ରାଷ୍ଟ୍ରୀୟ ଲୋକ ଦଳର ଜଣେ ଏବଂ ୧୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି।୧୦୮ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୮୦-୯୦ ଗେହଲୋଟ୍ କ୍ୟାମ୍ପ ସହ ରହିଥିବାବେଳେ ପ୍ରାୟ ୨୫ ଜଣ ପାଇଲଟ୍ ଗୋଷ୍ଠୀ ସହ ଅଛନ୍ତି । ବିରୋଧୀ ଦଳ ବିଷୟରେ କହିବାକୁ ଗଲେ ବିଜେପି ପାଖରେ ୭୧ ଜଣ ବିଧାୟକ ଓ ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟି ପାଖରେ ୩ ଜଣ ବିଧାୟକ ଅଛନ୍ତି ।

Leave A Reply

Your email address will not be published.