ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାବାଳିକାକୁ ନିଶା ଦ୍ରବ୍ଯ ପିଆଇ ଗଣବଳତ୍କାର, ୪ ଗିରଫ

ନୂଆଦିଲ୍ଲୀ: ରାଜସ୍ଥାନର ଝାଲାୱାଡରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝାଲାୱାଡରେ ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ୯ ଜଣ ଦୁର୍ବୃତ୍ତ ନିଶା ଦ୍ରବ୍ୟ ପିଆଇ ୮ ଦିନ ଯାଏଁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି। ଏପର୍ଯ୍ଯନ୍ତ ମୋଟ ଦୁଇ ଜଣ ନାବାଳକଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ଡିଏସପି ମଞ୍ଜିତ ସିଂ କହିଛନ୍ତି ଯେ, ପୀଡିତାଙ୍କ ଅଭିଯୋଗ ପରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଯେଉଁଥିରୁ ଦୁଇଜଣ ଅଭିଯୁକ୍ତ ନାବାଳକ।

ପୁଲିସ ସୂଚନା ଅନୁଯାୟୀ, ଝାଲାୱାଡରେ ଫେବୃଆରୀ ୨୫ରେ ୯ ଜଣ ଲୋକ ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ନିଶାଦ୍ରବ୍ୟ ଦେଇ ୮ ଦିନ ଯାଏଁ  ଦୁଷ୍କର୍ମ କରିଥିଲେ। ତେବେ ପୀଡିତା କୌଣସି ମତେ ଶୁକ୍ରବାର ସେମାନଙ୍କ କବଳରୁ ଖସି ଆସି ନିଜ ଘରକୁ ପଳାଇ ଆସିଥିଲେ ଓ ଘରେ ସବୁ କହିଥିଲେ। ଏହାପରେ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଫେବୃଆରୀ ୨୫ରେ ନାବାଳିକା ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ସ୍କୁଲ ବ୍ୟାଗ ଓ ଅନ୍ୟ ସାମଗ୍ରୀ କିଣିବା ପାଇଁ ଝାଲାୱାଡ ବଜାରକୁ ଯାଇଥିଲେ। ଏହି ସମୟରେ ସେହି ଦୁଇ ବନ୍ଧୁ ରାସ୍ତାରେ ଥିବା ଏକ ପାର୍କରେ ଅଟକିଥିଲେ ଓ ଅନ୍ୟ ବନ୍ଧୁ ଆସିବେ ବୋଲି କହିଥିଲେ। ଏହାପରେ ପାର୍କକୁ ଅନ୍ୟ ୩ ଜଣ ଲୋକ ଆସିଥିଲେ ଓ ତାଙ୍କୁ ଜବରଦସ୍ତ ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ କରିଥିଲେ। ଏହାପରେ ତାଙ୍କୁ ସେଠାରୁ ନେଇ ୮ ଦିନ ଯାଏଁ ଭ ଦୁଷ୍କର୍ମ କରିଥିଲେ। ତେବେ କୌଣସି ମତେ ନାବାଳିକା ଜଣଙ୍କ ସେମାନଙ୍କ କବଳରୁ ଖସିଆସି ଘରେ ପହଞ୍ଚିଥିଲେ ଓ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୀଡିତାଙ୍କ ଅଭିଯୋଗ ଆଧାରରେ ୨ ଜଣ ନାବାଳକଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Leave A Reply

Your email address will not be published.