ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜକନିକା ପଞ୍ଚାୟତ ସମିତି : ପୂର୍ବ କନିକା ଦେଖିବ କି ଅଧ୍ୟକ୍ଷ ପଦ

ରାଜକନିକା : କେନ୍ଦ୍ରାପଡା ଜିଲ୍ଲାର ସବୁଠୁ ସମ୍ବେଦନଶୀଳ ବ୍ଲକ ଭାବରେ ବିଦିତ ରାଜକନିକା ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦରେ ବାରମ୍ବାର  ଅଲଗା ଦୁଇ ଜୋନରୁ ସବୁବେଳେ ଅଧ୍ୟକ୍ଷ ନିର୍ବାଚିତ ହୋଇ ଆସୁଥିବା ବେଳେ ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସଂରକ୍ଷଣରେ ଏଥର ସାଧାରଣ ପ୍ରାର୍ଥ ଥିବାରୁ ପୂର୍ବକନିକାର ୨୯ ନଂ ଜୋନରୁ ଅଧ୍ୟକ୍ଷ କରାଇବାକୁ ଦାବୀ ହୋଇଛି । ତିନି ପ୍ରମୁଖ ରାଜନୈତିକ ଦଳର ଅଧ୍ୟକ୍ଷ ନିର୍ବାଚନରେ ସବୁଥର ଏହି ଜୋନର ୭ ପଂଚାୟତ ସମିତିସଭ୍ୟମାନେ ନିର୍ଣ୍ଣାୟକ ହୋଇ ଆସିଥିବାରୁ ଆସନ୍ତା ନିର୍ବାଚନରେ ଏହି ଜୋନରୁ ଅଧ୍ୟକ୍ଷ କରାଯିବାକୁ ଦଳମତ ନିର୍ବିଶେଷରେ ଦାବୀ ଉଠିଛି ।

ପୂର୍ବ କନିକା ୨୯ ନଂ ଜୋନରେ କାଟଣଅବଣିଆଁ,କୋଇଲିପୁର,ତ୍ରୈଲୋକ୍ୟପୁର,ଜୟନଗର,ବରାଡିଆ,ଆଖୁଳିପଡା ଏବଂ କୋରନ୍ଦ ପଂଚାୟତ ରହିଥିବା ବେଳେ ସବୁଥର ନିର୍ବାଚନରେ ଏହି ଜୋନର ହେଭିୱେଟ୍‌ ସମିତିସଭ୍ୟ ଚର୍ଚ୍ଚାରେ ରହିଥାନ୍ତି । ଅଧ୍ୟକ୍ଷ ନିର୍ବାଚନରେ ଏହି ଜୋନର ସର୍ବାଧିକ ନିର୍ବାଚିତ ସମିତିସଭ୍ୟ ନିଜ ଆଡୁ ଅଧ୍ୟକ୍ଷ ପଦରେ ରହିବାକୁ ଇଚ୍ଛା ନ କରିଥିଲେ ହେଁ ସବୁଥର ହେଡକ୍ୱାଟର କିମ୍ବା ସଂରକ୍ଷଣ ଅନୁସାରେ ପଶ୍ଚିମ କନିକାକୁ ଗୁରୁତ୍ୱ ଦିଆଯାଇଛି । ସଂରକ୍ଷଣ ଅନୁସାରେ ପ୍ରତିଥର ମଧ୍ୟ  ପଶ୍ଚିମକନିକାର ପ୍ରତିନିଧିତ୍ୱ ରହୁଥବାରୁ ଆସନ୍ତା ନିର୍ବାଚନରେ ପୁର୍ବକନିକାରୁ ଅଧ୍ୟକ୍ଷ କରାଇବାକୁ ଭିତିରିଆ ଆଲୋଚନା ଜାରି ରହିଛି । ଯଦିଓ ଯେଉଁ ଦଳ କ୍ଷମତାକୁ ଆସୁଛି ସବୁଥର ପୂର୍ବକନିକା ଜୋନ ସର୍ବାଧିକ ସମର୍ଥନ ଦେଉ ଥିଲେ ବି ଆଜିଯାଏ ଏହ ଜୋନ ଅଧ୍ୟକ୍ଷ ନ ଦେଖିବା ସବୁ ରାଜନୈତିକ ଦଳ ପାଇଁ ସ୍ୱତଃ ଏକ ଚ୍ୟାଲେଂଜ ଆଣି ଦେଇଛି । କ୍ଷମତାକେନ୍ଦ୍ରରୁ ନିୟନ୍ତ୍ରିତ ହେଉଥିବା ଅଧ୍ୟକ୍ଷ ପଦ ପାଇଁ ସବୁବେଳେ ହେଡକ୍ୱାଟର ପ୍ରାଧନ୍ୟ ପାଉଥିବାରୁ ଆଜିଯାଏ ପୂର୍ବକନିକା ଏହି ପଦରୁ ବଂଚିତ ହୋଇ ରହିଛି ।ରାଜନୈତିକ ପଶାପାଲିରେ ନିଜ ଜୋନର ଅଧ୍ୟକ୍ଷ ପଦକୁ ତ୍ୟାଗ କରି ଆସିଥିବା ପୂର୍ବକନିକାର ଜନଗଣ ଏଥର ସ୍ୱାଭିମାନର ଏ ଲଢେଇରେ ଆଗରେ ଥାଇ ନିଜ ଜୋନରୁ ଅଧ୍ୟକ୍ଷ କରାଇବାକୁ ଅଂଟା ଭିଡିଥିବାରୁ ଆସନ୍ତା ନିର୍ବାଚନରେ ଏହି ଜୋନର ଅଧ୍ୟକ୍ଷ ପଦରେ ଅସ୍ତିତ୍ୱର ଲଢେଇ ହେବା ଚର୍ଚ୍ଚାରେ ରହିଛି ।

Leave A Reply

Your email address will not be published.