ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟର ୧୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ଘଡଘଡି ସହ ବର୍ଷା ପବନ ସମ୍ଭାବନା

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଆଜି ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟର ୧୭ଟି ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁୀର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡା ଆଦି ଜିଲା ପାଇଁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ଜିଲ୍ଲାରେ ଘଡଘଡି ସହ ବର୍ଷା ମଧ୍ୟ ହୋଇପାରେ । କେତେକ ସ୍ଥାନରେ ପବନର ବେଗ ୩୦ରୁ ୪୦ କି.ମି ହୋଇପାରେ ବୋଲି ସୂଚନା ଦେଇଛି ବିଭାଗ ।

ଟ୍ୱିନସିଟିରେ ଆଜି କାଳବୈଶାଖୀ ବର୍ଷା ହୋଇଛି । କେନ୍ଦୁଝର, ମୟରୂଭଞ୍ଜର ୨ଟି ସ୍ଥାନରେ ବର୍ଷା ସହ ୪୦ର ୫୦ କି.ମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ଏହି ଦୁଇଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ସୁନ୍ଦରଗଡ, ଦେବଗଡ ଆଦି ଅଞ୍ଚରେ ସ୍ୱଳ୍ପରୁ ମଧ୍ୟମ ଧରରଣ ବର୍ଷା ହେବା ଆକଳନ କରାଯାଇଛି ।

Leave A Reply

Your email address will not be published.