ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଏହି ସବୁ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ସମ୍ଭାବନା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯  ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ସମ୍ଭାବନା ରହିଛି। ଆଜିଠୁ ଆସନ୍ତାକାଲି ଅର୍ଥାତ୍‌ ୧୪ ତାରିଖ ଗୁରୁବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ଜନିତ କାଳବୈଶାଖୀ ହେବାର ସମ୍ଭାବନା ରହଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

ଏଥି ସହିତ ଆଜିଠୁ ଆଗାମୀ ୧୮ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଏପରି କାଳବୈଶାଖୀ ଓ ବଜ୍ରପାତ ସମ୍ଭାବନା ରହିଛି। ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ, ଆସନ୍ତା ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ଅଧିକା ରହିପାରେ।ସେହିପରି ଜାରି ସତର୍କ ସୂଚନା ଅନୁଯାୟୀ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ ବଜ୍ରପାତ ହେବାର ସମ୍ଭାବନା ରହିଛି।

ଆସନ୍ତା ଏପ୍ରିଲ ୧୪ରୁ ୧୫ ତାରିଖ ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଆଦି ଜିଲ୍ଲାର କାଳବୈଶାଖୀ ସହିତ ବର୍ଷା ସମ୍ଭାବନା ରହିଛି। ସେହିପରି ଏପ୍ରିଲ ୧୫ରୁ ୧୬ ତାରିଖ ପାଇଁ  ୯ ଜିଲ୍ଲାକୁ କାଳବୈଶାଖୀ ଓ ବଜ୍ରପାତ ନେଇ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୯ ଜିଲ୍ଲା ଗୁଡିକ ହେଲେ କେନ୍ଦୁଝର, ମୟୁରଭଞ୍ଜ, ପୁରୀ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଗଜପତି, ଗଞ୍ଜାମ , କୋରାପୁଟ ଓ ମାଲକାନଗିରି ।ସହିପରି ୧୬ ଓ ୧୭ ତାରଖ ପାଇଁ ମୟୁରଭଞ୍ଜ, କନ୍ଧମାଳ, ରାୟଗଡ଼ା , ନବରଙ୍ଗପୁର, କୋରାପୁଟ  ଓ ମାଲକାନଗିରି ଆଦି ଜିଲ୍ଲାକୁ କାଳବୈଶାଖୀ ଓ ବଜ୍ରପାତ ନେଇ ସତର୍କ ସୂଚନା କରାଯାଇଛି।

ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଆକାଶ ମୁଖ୍ୟତଃ ସ୍ୱଚ୍ଛ ରହିବା ସହ ଅପରାହ୍ନ/ ସନ୍ଧ୍ୟା ଆଡ଼କୁ ଆକାଶ ଆଂଶିକ ମେଘୁଆ ରହିବ। ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ପ୍ରାୟ ୩୮ ଓ ୨୭ ଡିଗ୍ରି ସେଲସିୟସ ରହିବାର ସମ୍ଭାବନା ଅଛି। ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ୪୩ ଡିଗ୍ରି ସେଲସିୟସ ବଲାଙ୍ଗୀର ଓ ସୋନପୁର ଠାରେ ରେକର୍ଡ କରାଯାଇଥିଲା ବେଳେ ଏବଂ ସର୍ବନିମ୍ନ ତାପମାତ୍ରା ୨୨.୮ଡିଗ୍ରି ସେଲସିୟସ କେନ୍ଦୁଝରରେ ରେକର୍ଡ କରା ଯାଇଥିଲା।

Leave A Reply

Your email address will not be published.