ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ବଢ଼ିଲା ଗୁଳୁଗୁଳି : ୩୧ରୁ ବର୍ଷା,ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ବ୍ରେକ୍‍ ଅବଧି ଜାରି ରହିଛି। ମୌସୁମୀ ନିମ୍ନ ଚାପରେଖା ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହିବା ସହ ବର୍ତ୍ତମାନ ହିମାଳୟ ପାଦଦେଶ ଦେଇ ଅତିକ୍ରମ କରୁଛି। ଏଥିପାଇଁ ରାଜ୍ୟରେ ମୌସୁମୀ ବାୟୁ ପ୍ରବାହ ନିଷ୍କ୍ରିୟ ରହିଛି। ମୌସୁମୀର ନିସ୍କ୍ରିୟତା ଯୋଗୁଁ ବର୍ଷାର ପରିମାଣ ହ୍ରାସ ପାଇଛି ଓ ତାପମାତ୍ରାରେ ବୃଦ୍ଧି ଘଟିଛି।

ସାଧାରଣତଃ ମୌସୁମୀ ନିଷ୍କ୍ରିୟ ରହିଲେ ଆକାଶ ମେଘମୁକ୍ତ ରହୁଛି ଓ ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ଉପରେ ପଡ଼ୁଛି। ଏହାର ପ୍ରଭାବରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗୁଳୁଗୁଳି ହେଉଛି। ଅନ୍ୟପଟେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ବାୟୁମଣ୍ଡଳ ଉତ୍ତପ୍ତ ରହୁଛି ଓ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଏହା ସଂସ୍ପର୍ଶରେ ଆସିବା ପରେ ବିଜୁଳି ଘଡ଼ଘଡ଼ି ସୃଷ୍ଟି ହେଉଛି। ଏହି କାରଣରୁ ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତଜନିତ ମୃତ୍ୟୁ ଜାରି ରହିଛି। ବଜ୍ରପାତରେ ଏକାଧିକ ଲୋକ ପ୍ରାଣ ହରାଉଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏହି ସ୍ଥିତି ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପଟେ ୩୧ ଓ ୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଅନୁଭୂତ ହେବ। ୩୧ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି।

Leave A Reply

Your email address will not be published.