ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ବର୍ଷା ଆଣୁଛି ପଶ୍ଚିମା ଝଡ଼

ଭୁବନେଶ୍ଵର: କିଛି ଦିନର ବିରତି ପରେ ପୁଣି ବର୍ଷା ଫେରିବାର ଆଶଙ୍କା ସୃଷ୍ଟି ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ଏହି ବର୍ଷା ହେବ ବୋଲି ଜଣାପଡ଼ିଛି। ଗତ କିଛିଦିନ ତଳେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ବିଶେଷକରି ପଶ୍ଚିମ ଓଡ଼ିଶାରେ ଏହାର ସର୍ବାଧିକ ପ୍ରଭାବ ରହିଥିଲା । ଏବେ ପୁଣି ଥରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିବା ପରେ ଚିନ୍ତା ବଢ଼ିଛି।

ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ପାଗ ଶୁଖୁଲା ରହିବା ସହିତ ଶୁକ୍ରବାରଠାରୁ ଏଥିରେ ପରିବର୍ତ୍ତନ ଆସିବ। ଶୁକ୍ରବାର କେନ୍ଦୁଝର, ମୟୂରଭଞ୍ଜ, ପୁରୀ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଶୁକ୍ରବାରଠାରୁ ବର୍ଷାର ପରିମାଣ ବଢ଼ିବା ସହିତ ବିକ୍ଷିପ୍ତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ୱାସ କହିଛନ୍ତି। ଅନ୍ୟପଟେ ପାଗ ମେଘୁଆ ହେବା କାରଣରୁ ପୁଣି ତାପମାତ୍ରା ବୃଦ୍ଧି ହେବ ବୋଲି ଜଣାପଡ଼ିଛି। ୨୪ ଘଣ୍ଟା ପରେ ତାପମାତ୍ରା ବଢ଼ିବା ଆରମ୍ଭ ହୋଇ ଦିନ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।

 

Leave A Reply

Your email address will not be published.