ଏଣିକି ଡାକଘରୁ ମିଳିବ ରେଳ ଟିକଟ

ନୂଆଦିଲ୍ଲୀ : ଏଣିକି ଆପଣଙ୍କୁ ଡାକଘରୁ ଉପଲବ୍ଧ ହୋଇପାରିବ ଟିକଟ। ଭାରତୀୟ ରେଳପଥ ବର୍ତ୍ତମାନ ଯାତ୍ରୀମାନଙ୍କ ଟିକେଟ ବୁକିଂ ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିଛି। ବିଶେଷକରି ଗ୍ରାମାଞ୍ଚଳକୁ ଧ୍ୟାନରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି। ଏହି ଅନୁଯାୟୀ ରେଳବାଇ ବର୍ତ୍ତମାନ ଦେଶର ୪୫,୦୦୦ ଡାକଘରେ ଟିକେଟ ବୁକିଂ ପାଇଁ ବ୍ୟବସ୍ଥା କରିଛି। ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ଟ୍ରେନ ଟିକଟ ନେବାରେ କୌଣସି ଅସୁବିଧା ହେବ ନାହିଁ। ରେଳବାଇ ଦେଶର ୪୫,୦୦୦ ଡାକଘରେ ଟିକଟ୍ ବ୍ୟବସ୍ଥା କରିଛି। ଅର୍ଥାତ୍ ଯାତ୍ରୀମାନେ ବିନା କୌଣସି ସମସ୍ୟାରେ ଡାକଘରୁ ରେଳ ଟିକେୟଟ୍ ନେଇପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଷ୍ଟେସନଠାରୁ ବହୁ ଦୂରରେ ରହୁଥିବା ଲୋକଙ୍କ ସୁବିଧାକୁ ଧ୍ୟାନରେ ରଖି ଡାକ ଘରେ ରେଳ ସଂରକ୍ଷଣ ସୁବିଧା ଉପଲବ୍ଧ କରାଯାଇଛି।
ଏହି ଯୋଜନା ଦ୍ୱାରା କେବଳ ସହରରେ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଲୋକମାନେ ନିକଟସ୍ଥ ଡାକଘରରୁ ସେମାନଙ୍କ ଟ୍ରେନ୍ ପାଇଁ ସିଟ୍ ସଂରକ୍ଷଣ କରିବା ପାଇଁ ସୁବିଧା ପାଇପାରିବେ। ସୂଚନା ଯୋଗ୍ୟ ଯେ, ଅବଶ୍ୟ ଏହାପୂର୍ବରୁ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ମଧ୍ୟ ଇ-ଟିକଟର ଏକ ନୂତନ ସୁବିଧା ଆରମ୍ଭ କରିଥÒଲା। ଏହାଦ୍ୱାରା ରେଳ ଯାତ୍ରୀମାନେ ପେଟିଏମ୍, ଫୋନ୍ ପେ, ଫ୍ରିଚାର୍ଜ ଭଳି ୟୁପିଆଇ ଆଧାରିତ ମୋବାଇଲ୍ ଆପ୍ରୁ କ୍ୟୁଆର କୋଡ୍ ସ୍କାନ କରି ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନରୁ ଯାତ୍ରା ଟିକଟ୍, ପ୍ଲାଟଫର୍ମ ଟିକଟ୍ ଏବଂ ମାସିକ ପାସ୍ ନବୀକରଣ ପାଇଁ ଡିଜିଟାଲ୍ ପେମେଣ୍ଟ କରିବାରେ ସକ୍ଷମ ହେଉଛନ୍ତି। ଉକ୍ତ ସୁବିଧାରେ ଯାତ୍ରୀମାନେ ଅଟୋମେଟିକ୍ ଟିକଟ ଭେଣ୍ଡିଂ ମେସିନ୍ ଦ୍ୱାରା ପ୍ରଦାନ କରାଯାଇଥିବା ସୁବିଧା ପାଇଁ ଡିଜିଟାଲ୍ କାରବାର ମାଧ୍ୟମରେ ମଧ୍ୟ ଦେୟ ଦେବାରେ ସମର୍ଥ ହେଉଛନ୍ତି।