ଟିକେଟ୍‌ ନଥିବାରୁ ମହିଳାଙ୍କୁ ଦୁଷ୍କର୍ମ କଲେ ଟିସି

ଭୋପାଳ : ମଧ୍ୟପ୍ରଦେଶ ସାଗରରେ ବିନା ଟିକେଟ୍‌ରେ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଟିସି ଦୁଷ୍କର୍ମ କରିଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ଜିଆରପିଙ୍କୁ ହସ୍ତାନ୍ତର କରିଛି। ପୁଲିସ ଅନୁଯାୟୀ ଶନିବାର ମହିଳା ନିଜ ପତିଙ୍କ ସହ ଗୁନାରୁ ସାଗର ଯାତ୍ରା କରୁଥିଲେ। ପତ୍ନୀକୁ ଟ୍ରେନ୍‌ରେ ବସାଇ ପତି ଟିକେଟ୍‌ ନେବାକୁ ଯାଇଥିଲେ।

ଏହି ସମୟରେ ଟ୍ରେନ୍‌ ଛାଡିଦେବାରୁ ପତି ଷ୍ଟେସନରେ ରହି ଯାଇଥିଲେ। ମହିଳା ରାତି ୮ଟାରେ ସାଗରରେ ପହଞ୍ଚିଥିଲେ। ପ୍ଲାଟଫର୍ମରୁ ବାହାରିବା ସମୟରେ ଟିସି ରାଜୁଲାଲ ମିନା ତାଙ୍କୁ ଟିକେଟ୍‌ ମାଗିଥିଲେ। ମହିଳା ଟିସିଙ୍କୁ ସବୁକଥା କହିଥିଲେ। ଏହା ଶୁଣିବା ପରେ ଟିସି ଚାଲାଣ କାଟିବାକୁ କହିଥିଲେ। ପରେ ଏତଲା ଭୟ ଦେଖାଇ ତାଙ୍କ ସହ ବଡ଼ ବାବୁଙ୍କ ନିକଟକୁ ଯିବାକୁ ଡାକିଥିଲେ। ଭୟରେ ମହିଳା ଟିସିଙ୍କ ସାଥିରେ ଯାଇଥିଲେ। ଅଭିଯୁକ୍ତ ଟିସି ରେଳବାଇ କ୍ବାର୍ଟରକୁ ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ।

Leave a comment