ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲେବେଲ୍ କ୍ରସିଂରେ କାର୍ ସହ ରେଳ ଇଞ୍ଜିନ୍ ଧକ୍କା, ୩ଗୁରୁତର ଆହାତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ ଦାମନଯୋଡି ରେଳଷ୍ଟେସନ ଓ ବାରିଗୁଡା ରେଳଷ୍ଟେସନ ମଧ୍ୟବର୍ତ୍ତି ଅଞ୍ଚଳର କିଲାର ଗ୍ରାମ ନିକଟସ୍ଥ ଲେବୁଲ କ୍ରସିଂଠାରେ ରେଳ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଆମ୍ବଗାଁ-କିଲାର ଲେବୁଲ କ୍ରସିଂରେ ଏକ କାରକୁ ଟ୍ରେନ୍ ଇଞ୍ଜିନ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ତିନିଜଣ କାର୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଦାମନଯୋଡି ନାଲକୋ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଦାମନଯୋଡି ପୁଲିସ ସମେତ ରେଲ୍‌ୱେ ପୁଲିସ୍‌ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

ଖବର ଅନୁଯାୟୀ, OD-10D -7473 କାରଯୋଗେ ସେମିଳିଗୁଡାରୁ ଉକ୍ତ ଲେବେଲ୍ କ୍ରସିଂ ଅତିକ୍ରମ କରି ପୁଞ୍ଜିସିଲ୍ ପର୍ଯ୍ଯଟନ କ୍ଷେତ୍ର ଆଡକୁ ଯାଉଥିବା ସମୟରେ ଏକ ରେଳ ଇଞ୍ଜିନ୍ ସହିତ କାରର ଧକ୍କା ହୋଇ ଦୁଃର୍ଘଟଣା ଘଟିଥିଲା ।

Leave A Reply

Your email address will not be published.