ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବିରେ ନାଗରିକ ମଞ୍ଚ ତରଫରୁ ରେଳରୋକୋ ଆନ୍ଦୋଳନ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି ନେଇ ସ୍ଥାନୀୟ ନାଗରିକ ମଞ୍ଚ ତରଫରୁ ରେଳରୋକୋ ଆନ୍ଦୋଳନ କରା ଯାଇଛି । ଆଜି ସକାଳ ୬ ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ ବୋଲି ଘୋଷଣା କରାଯାଇଛି। ବ୍ରଜରାଜନଗର ରେଳ ଷ୍ଟେସନରେ ଅହମଦାବାଦ ଏକ୍ସପ୍ରେସ, ମୁମ୍ବାଇ- ହାବଡା ମେଲ ଟ୍ରେନ ସମେତ ଅନ୍ୟ ସମସ୍ତ ଦୃତଗାମୀ ଟ୍ରେନର ରହଣି ଦାବିରେ  ଏହି ଆନ୍ଦୋଳନ କରାଯାଉଛି। ଦାବି ପୂରଣ ହେବା ଯାଏ  ଆନ୍ଦୋଳନ ବୋଲି  ବ୍ରଜରାଜନଗର ନାଗରିକ ମଞ୍ଚ ଚେତାବନୀ ଦେଇଛି। ଆଜି ସକାଳ ସମୟରୁ ଶହଶହ ଲୋକ ରେଳ ଧାରଣାରେ ବସି ରହିଛନ୍ତି।  ବିଭିନ୍ନ ରାଜନୈତିକ ଦଳ ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବା ପାଇଁ ସମର୍ଥନ ଜଣାଇଛି। ବ୍ରଜରାଜନଗରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି।  ଆନ୍ଦୋଳନ ଫଳରେ   ମୁମ୍ବାଇ-ହାୱାଡା ରେଳ ଲାଇନରେ  ଚାଲୁଥିବା ସମସ୍ତ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଛି।  ଝାରସୁଗୁଡା ରେଳ ଜଂକ୍ସନ ରେ ହାୱାଡା-ଅହମଦାବାଦ ଦୃତଗାମୀ ଟ୍ରେନ ଅଟକି ରହିଛି । ସେହିପରି ଇବ ରେଳ ଷ୍ଟେସନରେ ଆଜାଦ ହିନ୍ଦ ଏକ୍ସପ୍ରେସ ଟ୍ରେନ ଅଟକି ରହିଛି । ଉତ୍କଳ ଏକ୍ସପ୍ରେସ ଟ୍ରେନ ରାଉରକେଲା ଝାରସୁଗୁଡା ମଧ୍ୟରେ ଅଟକି ରହିଛି। ଅନ୍ୟ ସମସ୍ତ  ଟ୍ରେନ ଗୁଡିକ ବିଳମ୍ବରେ ଚାଲୁଛି ।  ସେହିପରି ଏହି ଲାଇନରେ ଚଳାଚଳ କରୁଥିବା ସମସ୍ତ ମାଲବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛ।  ଅଟକି ରହିଥିବା ଟ୍ରେନ ଗୁଡିକରେ ଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.