ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍

ନୂଆଦିଲ୍ଲୀ: ଦୈନିକ ଭାସ୍କର ଅଫିସରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଟ୍ୟାକ୍ସ ଚୋରି ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଥିବା ଜଣାପଡ଼ିଛି । ଦୈନିକ ଭାସ୍କରର ଦିଲ୍ଲୀ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ର ଅଫିସରେ ଆୟକର ବିଭାଗ ଅଧିକାରୀ ଚଢ଼ାଉ କରିଥିବା ସୂଚନା ମିଳିଛି । ଏହାସହ ଗ୍ରୁପ ପ୍ରମୋଟର୍ସ ଓ ଅଫିସରେ ବି ଚଢ଼ାଉ କରାଯାଇଛି । ଜୟପୁର, ଅହମ୍ମଦାବାଦ, ଭୋପାଲ ଓ ଇନ୍ଦୋର ସ୍ଥିତ ଦୈନିକ ଭାସ୍କର ଅଫିସରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ବୁଧବାର ରାତି ସାଢ଼େ ୨ଟାରୁ ଦୈନିକ ଭାସ୍କର ଗ୍ରୁପର ବିଭିନ୍ନ ଅଫିସରେ ଚଢ଼ାଉ ଆରମ୍ଭ ହୋଇଥିଲା । କମ୍ପାନୀର ସମସ୍ତ କର୍ମଚାରୀଙ୍କ ମୋବାଇଲ ଜବତ କରାଯାଇଛି । ଇଡି, ଇନକମ୍ ଟ୍ୟାକ୍ସ ଟିମ୍ ସହ ଲୋକାଲ ପୋଲିସ ମଧ୍ୟ ଚଢ଼ାଉରେ ସାମିଲ ଅଛି । ଚଢ଼ାଉରେ ଶହେରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.