ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

BSKY କାର୍ଡରେ ଅନିୟମିତତା ନେଇ ଢେଙ୍କାନାଳର ବିଭିନ୍ନ ଘରୋଇ ହସ୍ପିଟାଲରେ ଚଢାଉ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କାର୍ଡରେ ଅନିୟମିତତା ନେଇ ଢେଙ୍କାନାଳ ସହରର ବିଭିନ୍ନ ଘରୋଇ ହସ୍ପିଟାଲରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଚଢାଉ ଚାଲିଛି। ଦୀର୍ଘଦିନ ହେବ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ଅନିୟମିତତା ଭାବେ ଚଳାଇଥିଲେ କିଛି ଘରୋଇ ହସ୍ପିଟାଲ। ଗତ ୩ ଦିନ ତଳେ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ନେଇ ପଣ୍ଡା ନର୍ସିଂ ହୋମକୁ ସିଲ୍ କରିଥିଲା ଜିଲ୍ଲା ପ୍ରଶାସନ। ଜିଲ୍ଲାରେ ୨୦ଟି ହସ୍ପିଟାଲ ବିଜୁ ସ୍ବାସ୍ଥ୍ୟ କାର୍ଡ ପାଇଁ ହୋଇଛନ୍ତି ଅନୁମୋଦିତ। ବିଭିନ୍ନ ସମୟରେ ରୋଗୀଙ୍କ ଠାରୁ ଧାର୍ଯ୍ୟ ଚିକିତ୍ସା ଖର୍ଚ୍ଚ ଠାରୁ ଅଧିକ ଅର୍ଥ  ବିଲ କରି ନେଉଥିଲେ ଘରୋଇ ଚିକିତ୍ସାଳୟ। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଠାର ଅଭିଯୋଗ ପରେ ଏହି ଚଢାଉ ଚାଲିଛି।

 

Leave A Reply

Your email address will not be published.