ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦେଶର ଗରିବ ଓ ଚାଷୀମାନେ ନୁହେଁ ମୋଦୀ ସରକାରଙ୍କଠୁ ଲାଭବାନ ହେଉଛନ୍ତି ବଡ଼ ବଡ଼ ଶିଳ୍ପପତି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଦରଦାମ ବୃଦ୍ଧି ପ୍ରସଙ୍ଗ କୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଦିଲ୍ଲୀର ରାମଲୀଳା ମୈଦାନାରେ ଅନୁଷ୍ଠିତ ମହଙ୍ଗାଇ ପର ହଲ୍ଲା ବୋଲ ଜନସଭା ଅନୁଷ୍ଠିତ ହୋଇଛି। ଏହି ସଭାକୁ ସମ୍ବୋଧିତ କରି କେନ୍ଦ୍ର କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଯେବେଠାରୁ ବିଜେପି କ୍ଷମତାକୁ ଆସିଲାଣି ସେବେଠାରୁ ଦରଦାମ ବୃଦ୍ଧି ପାଉଛି। ଦେଶକୁ ବିଜେପି ଏବଂ ଆରଏସସ ବିଭାଜନ କରୁଛନ୍ତି। ଲୋକଙ୍କୁ ଭୟଭୀତ କରି ସେମାନଙ୍କୁ ଅଲଗା କରାଯାଉଛି। ଏହି ଭୟରୁ ବିଜେପିହିଁ ଫାଇଦା ଉଠାଉଛି ବୋଲି ରାହୁଲ କହିଛନ୍ତି।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ସରକାରଙ୍କ ନୀତି ଦୁଇଟି ଶିଳ୍ପପତିଙ୍କୁ ସୁହାଉଛି । ସେମାନଙ୍କ ସହଯୋଗରେ ହିଁ ସେ ସରକାର ଗଠନ କରିପାରିଛନ୍ତି ।ଦେଶର ଗରିବ ଓ ଚାଷୀମାନେ ମୋଦି ସରକାରଙ୍କଠାରୁ କୌଶସି ସୁବଧା ପାଉ ନାହାନ୍ତି। କେବଳ ବଡ଼ ବଡ଼ ଶିଳ୍ପପତିମାନେ ଲାଭବାନ ହେଉଛନ୍ତି। କେବଳ ୨ ଜଣ ଶିଳ୍ପପତି ଫାଇଦା ପାଉଛନ୍ତି ବୋଲି ରାହୁଲ କହିଛନ୍ତି।

ୟୁପିଏ ସରକାରଙ୍କ ଅମଳରେ ପେଟ୍ରୋଲ ଲିଟର ୭୦ ଟଙ୍କା ଥିବାବେଳେ ଏବେ ୧୦୦ ଟଙ୍କା ଟପିଯାଇଛି । ଦୁଗଧ ଲିଟର ୩୫ ଟଙ୍କା ଥିବାବେଳେ ଏବେ ୬୦ ଟଙ୍କା ହୋଇଯାଇଛି । ଏଲପିଜି ସିଲିଣ୍ଡର ୪୫୦ ଟଙ୍କା ଥିବାବେଳେ ଏବେ ୧୦୫୦ ଟଙ୍କା ରହିଛି । ଅଟା କିଲୋ ପିଛା ୨୨ ଟଙ୍କା ଥିବାବେଳେ ଏବେ ୪୦ ଟଙ୍କା ହୋଇଯାଇଛି । ବିଜେପି ଓ ଆରଏସଏସ ଦେଶରେ ବିଭାଜନ ସୃଷ୍ଟି କରୁଛନ୍ତି, ଘୃଣା ଓ ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ଏହାର ଫାଇଦା କିଏ ନେଉଛି ? ଦେଶର ଗରିବ, ସାଧାରଣ ଲୋକ, କୃଷକ, କ୍ଷୁଦ୍ର ବ୍ୟବସାୟୀମାନେ ଏହାର ଫାଇଦା ନେଉଛନ୍ତି କି ? ନା, ମୋଦୀ ସରକାରଙ୍କ ଫାଇଦା ନେଉଛନ୍ତି ଦୁଇଟି କର୍ପୋରେଟ୍ ସଂସ୍ଥା । ବେରୋଜଗାରୀ ଓ ମୂଲ୍ୟ ବୃଦ୍ଧିରେ ଦେଶର ସବୁତକ ଧନ ଦୁଇ ଜଣ ଉଦ୍ୟୋଗପତିଙ୍କ ଟ୍ରେଜରୀରେ, ଉଦ୍ୟୋଗପତି ଦ୍ୱୟ ନରେନ୍ଦ୍ର ମୋଦୀଙ୍କ ଲାଗି ୨୪ ଘଣ୍ଟା କାମ କରୁଥିବା ବେଳେ ନରେନ୍ଦ୍ର ମୋଦୀ ମଧ୍ୟ ସେମାନଙ୍କ ଲାଗି ୨୪ ଘଣ୍ଟା କାମ କରୁଛନ୍ତି ବୋଲି ରାହୁଲ କହିଛନ୍ତି।

Leave A Reply

Your email address will not be published.