ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଦଳିବ କି ଓଡ଼ିଶା କଂଗ୍ରେସର ଭାଗ୍ୟ, ଆଜି ରାଜ୍ୟ କଂଗ୍ରେସ ନେତାଙ୍କ ସହ ରାହୁଲଙ୍କ ଆଲୋଚନା

ଭୁବନେଶ୍ୱର : ଆଜି ରାହୁଳଙ୍କୁ ଭେଟିବେ ରାଜ୍ୟ କଂଗ୍ରେସ ନେତା। ଏହାପରେ ପିସିସି ନେଇ ଏଆଇସିସି ନିଷ୍ପତ୍ତି ନେବ। ପିସିସି କମିଟିରେ ପ୍ରମୁଖ ପଦରେ କେଉଁମାନେ ରହିବେ, ସେମାନଙ୍କ ନାଁ ସ୍ଥିର କରାଯିବ। ହେଲେ କଂଗ୍ରେସ ବିଧାୟକ ଦଳ ନେତା, ମୁଖ୍ୟ ସଚେତକ ପରିବର୍ତ୍ତନ ହେବ କି ନାହିଁ, ସେ ନେଇ ସନ୍ଦେହର ଅବସାନ ଘଟିନାହିଁ। ଓଡ଼ିଶା କଂଗ୍ରେସ ନେତାଙ୍କ ସହ ସୋମବାର ରାହୁଲ ଗାନ୍ଧୀଙ୍କ ସହ ଥିବା ଆଲୋଚନା ପରେ ଏହା ସ୍ପଷ୍ଟ ହେବ। ଉଭୟ ବିଧାୟକ ଦଳ ନେତା ଓ ମୁଖ୍ୟ ସଚେତକ ନିଜ ପଦରୁ ଇସ୍ତଫା ଦେଇଥିବା ଆଲୋଚନା ହେଉଛି। ଏହାକୁ ଉଭୟ ନେତା ଖଣ୍ଡନ କରିନାହାନ୍ତି। ତେଣୁ ନରସିଂହ ମିଶ୍ର ଏବଂ ତାରା ପ୍ରସାଦ ବାହିନୀପତି ନିଜ ପଦ ବଜାୟ ରଖୁଛନ୍ତି, ନା ଅପସାରିତ ହେଉଛନ୍ତି, ତାହା ଆପାତତଃ ସ୍ଥିର ହୋଇଯିବ।

ହାଇକମାଣ୍ଡ ଦଳର ଜଣେ ବରିଷ୍ଠ ନେତାଙ୍କୁ ପିସିସି ସଭାପତି କରିବା ପାଇଁ ମନ ସ୍ଥିର କରିସାରିଛନ୍ତି। ତେଣୁ ଏହି ନାମରେ ସହମତି ଆଣିବା ପାଇଁ ରାଜ୍ୟ କଂଗ୍ରେସ ନେତାମାନଙ୍କୁ ଡକାଯାଇଛି। ରବିବାର ଠାରୁ ବହୁ ନେତା ନୂଆଦିଲ୍ଲୀରେ ଯାଇ ପହଞ୍ଚିସାରିଲେଣି। ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ହେବାକୁ ରହିଛି। ତେଣୁ ଏହା ପୂର୍ବରୁ ରାହୁଲ ଗାନ୍ଧୀ ଓଡ଼ିଶା ନେତାଙ୍କ ସହ ଆଲୋଚନା କରିବେ। ପିସିସି ସଭାପତି ପଦ ପାଇଁ ୨ ଜଣଙ୍କ ନାଁକୁ ନେଇ ବହୁତ ଚର୍ଚ୍ଚା ହେଉଛି। ଏହି ୨ ନେତା ହେଉଛନ୍ତି- ଶରତ ପଟ୍ଟନାୟକ ଏବଂ ଭକ୍ତ ଚରଣ ଦାସ। ସେହିପରି ବର୍ତ୍ତମାନର ମୁଖିଆ ନିରଞ୍ଜନ ପଟ୍ଟନାୟକ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କୁ ସଭାପତି ଏବଂ ନବଜ୍ୟୋତି ପଟ୍ଟନାୟକଙ୍କୁ କାର୍ଯ୍ୟକାରୀ ସଭାପତି ପଦରେ ବସାଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି।

ଏଆଇସିସି ଯଦି ଏକତରଫା ନିଷ୍ପତ୍ତି ନିଏ, ତେବେ ରାଜ୍ୟ କୌଣସି ଅନୁସୂଚିତ ଜାତି(ଏସସି)ର ଜଣେ ବରିଷ୍ଠ ନେତା କିମ୍ବା ଅନୁସୂଚିତ ଜନଜାତି(ଏସଟି) ବର୍ଗର ଜଣେ ଯୁବ ନେତାଙ୍କୁ ପିସିସି ସଭାପତି ପଦ ଯାଇପାରେ। କଂଗ୍ରେସ ଆଗାମୀ ଦିନରେ ରାଜ୍ୟରେ ସମଭାବାପନ୍ନ ଦଳକୁ ନେଇ ଏକ ମେଣ୍ଟ ସପକ୍ଷରେ ଯାଇପାରେ। ଏହି ମେଣ୍ଟରେ ରାଜ୍ୟରେ ସକ୍ରିୟ ଥିବା ସମସ୍ତ ବାମପନ୍ଥୀ ଦଳ, ଜେଏମ୍‍ଏମ୍‍, ଏସପି, ଏବଂ ଏନସିପିକୁ ସାମିଲ କରିପାରେ। ତେଣୁ ସାମଗ୍ରିକ ଭାବେ ୟୁପିଏକୁ ଶକ୍ତିଶାଳୀ କରିପାରୁଥିବା ଟିମ୍‍ କଂଗ୍ରେସ ଏବଂ ଗ୍ରହଣୀୟ ବ୍ୟକ୍ତିତ୍ୱକୁ ପ୍ରାଧାନ୍ୟ ଦେଇପାରେ। ତେଣୁ ରାଜ୍ୟ କଂଗ୍ରେସ ରାଜନୀତିର ଗତି କ’ଣ ରହିବ, ତାହା ସୋମବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.