ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଲି ସୁରଟ ଯିବେ ରାହୁଲ ଗାନ୍ଧୀ, ମାନହାନି ମାମଲା ଦଣ୍ଡାଦେଶ ବିରୋଧରେ ସୁରଟ ସେସନ୍ସ କୋର୍ଟରେ କରିପାରନ୍ତି ଅପିଲ

ନୂଆଦିଲ୍ଲୀ : ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ମାମଲାରେ ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ରାହୁଲ ଗାନ୍ଧୀ ଆସନ୍ତାକାଲି ସୁରଟ ଯିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି।

୨୦୧୯ ମାନହାନି ମାମଲାରେ ସୁରତ ଜିଲ୍ଲା କୋର୍ଟ ରାହୁଲ୍‌ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଓ ୧୫୦୦୦ ଟଙ୍କା ଜାରିମାନା କରିଥିଲେ। ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପାଇବା ପରେ ଲୋକସଭା ସାଂସଦ ପଦରୁ ରାହୁଲ୍‌ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତେଣୁ, ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଓ ଦଣ୍ଡାଦେଶ ହେବା ରାୟକୁ ରାହୁଲ୍‌ ଆସନ୍ତାକାଲି ସୁରତ ସେସନ୍‌ କୋର୍ଟରେ ଚାଲେଞ୍ଜ କରିପାରନ୍ତି।ରାହୁଲଙ୍କୁ ଏହି ଦଣ୍ଡାଦେଶ ବିରୋଧରେ ଅପିଲ କରିବାକୁ ୩୦ ଦିନ ସମୟ ଦିଆଯାଇଥିଲା ।

ସୂଚନାଯୋଗ୍ୟ ୨୦୧୯ ‘ସବୁ ମ‌ୋଦୀ ସାଙ୍ଗିଆଧାରୀ କେମିତି ଚୋର ହେଲେ ବୋଲି’ ରାହୁଲ୍‌ ଗାନ୍ଧୀ କର୍ଣ୍ଣାଟକର କୋଲାର୍‌ରେ ଗୋଟାଏ ରାଲିରେ ଉଦ୍‌ବୋଧନ ଦେବା ବେଳେ କହିଥିଲେ। ଏହା ବିରୋଧରେ ‘ବିଜେପି’ ବିଧାୟକ ପୂର୍ଣ୍ଣେଶ ମୋଦୀ ଜିଲ୍ଲା ଅଦାଲତରେ ମାମଲା ଦାଏର କରିଥିଲେ। ଯାହାର ଣୁଣାଣି କରି କୋର୍ଟ ରାହୁଲଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ।

Leave A Reply

Your email address will not be published.