ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଂସଦର ସଦସ୍ୟତା ହରାଇବା ପରେ ନିଜ ଟ୍ୱିଟର ପ୍ରୋଫାଇଲ ବାୟୋରେ ଏଭଳି କଥା ଲେଖିଲେ ରାହୁଲ ଗାନ୍ଧୀ…..

ନୂଆଦିଲ୍ଲୀ : ଦେଶର ରାଜନୀତିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିପକ୍ଷରେ ସବୁଠାରୁ ବଡ ଚେହେରା ଭାବେ ବିବେଚିତ ହୋଇଆସୁଛନ୍ତି। ତେବେ ରାହୁଲ ଗାନ୍ଧୀଙ୍କ ରାଜନୀତି କିଛି ବର୍ଷ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହେବା ଭଳି ପରିସ୍ଥିତି ହୋଇଯାଇଛି।୨୦୧୯ର ଏକ ମାନହାନୀ ମାମଲାରେ ସୁରଟ କୋର୍ଟ ଗତ ଗୁରୁବାର ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ କରିଥିଲେ । କୋର୍ଟଙ୍କ ଏହି ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ହୋଇଯାଇଛି। ଏଥି ସହିତ ସୁପ୍ରିମକୋର୍ଟଙ୍କ ନିର୍ଦେଶାନାମା ଅନୁସାରେ କୌଣସି ସାଂସଦ-ବିଧାୟକ ୨ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ପାଇଲେ ତାଙ୍କ ସଦସ୍ୟତା ରଦ୍ଧ କରାଯିବା ପରେ ଜେଲରୁ ମୁକୁଳିବା ପରେ ୬ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲଢିପାରିବେ ନାହିଁ। ଯାହା ପରେ ଦେଶରେ ଏକ ଭୟଙ୍କର ରାଜନୈତିକ ମହାଭାରତ ସୃଷ୍ଟି ହୋଇଛି।

ତେବେ ଗତକାଲି ଏନେଇ ରାହୁଲ ପ୍ରଥମଥର ମୁହଁ ଖୋଲିଥିବା ବେଳେ ଆଜି ବି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ୱିଟରରେ ନିଜ ପ୍ରୋଫାଇଲ ବାୟୋ ବଦଳାଇଛନ୍ତି ରାହୁଲ । ଏବେ ରାହୁଲ ନିଜ ବାୟୋରେ ‘ଡିସକ୍ୱାଲିଫାଏ ଏମ୍ପି’ ବା ‘ଅଯୋଗ୍ୟ ସାଂସଦ’ ଲେଖିଛନ୍ତି । ଏଥି ସହିତ ଗତକାଲି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ରାହୁଲ କହିଥିଲେ  ମୁଁ ଆଦୌ ଭୟଭୀତ ନୁହେଁ । ମୁଁ ସଂସଦରେ ରୁହେ କି ନ ରୁହେ ମୋତେ ଫରକ ପଡେନି । ହେଲେ ମୁଁ କ୍ଷମା ମାଗିବି ନାହିଁ । ମୁଁ ସାବରକର ନୁହେଁ, ମୁଁ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ । ରାହୁଲ କହିଛନ୍ତି ଯେ, ଆଦାନୀ ଓ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବନ୍ଧୁତା ବେସ୍ ପୁରୁଣା । ମୁଁ ପ୍ରମାଣ ସହ ଲୋକସଭାରେ ଏହି କଥା ରଖିଥିଲି । ଆଦାନୀଙ୍କୁ ନିୟମ ବଦଳାଇ ଏୟାରପୋର୍ଟ୍ ଦିଆଯାଇଥିଲା। ଏହି ବାବଦରେ ମୁଁ ପ୍ରମାଣ ମଧ୍ୟ ଲୋକସଭା ବାଚସ୍ପତିଙ୍କୁ ଦେଇଥିଲି ।ଏହାପରେ ସଂସଦରେ ମୋ ବାବଦରେ ମନ୍ତ୍ରୀମାନେ ମିଛ କହିଥିଲେ ।

କୁହାଯାଇଥିଲା ଯେ, ମୁଁ ବିଦେଶୀ ମାଟିରେ ବିଦେଶୀ ଦେଶଙ୍କଠାରୁ ସାହାଯ୍ୟ ମାଗିଥିଲି । ମୁଁ ଏ ବାବଦରେ ବାଚସ୍ପତିଙ୍କୁ ପତ୍ର ଲେଖିଥିଲି । ମୁଁ ଲେଖିଥିଲି ଯେ, ଜଣକ ବିଷୟରେ ଯେତେବେଳେ ଆରୋପ ଲଗାଯାଏ ସେତେବେଳେ ତାଙ୍କୁ କହିବାର ସୁଯୋଗ ଦେବା ଆବଶ୍ୟକ । ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ମୋତେ ଉତ୍ତର ମିଳିନଥିଲା । ଏହାପରେ ମୁଁ ବାଚସ୍ପତିଙ୍କ ଅଫିସ ଯାଇ ତାଙ୍କୁ ଦେଖା କରିଥିଲି । ମୁଁ ତାଙ୍କୁ ପଚାରିଥିଲି ଯେ, ମୋତେ କହିବା ପାଇଁ ସୁଯୋଗ କାହିଁକି ମିଳୁନାହିଁ। ଉତ୍ତରରେ ସ୍ପିକର ହସିଥିଲେ ଓ କହିଥିଲେ ମୁଁ ସୁଯୋଗ ଦେଇ ପାରିବି ନାହିଁ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି କି ମୁଁ ଭାରତର ଗଣତନ୍ତ୍ର ପାଇଁ ଲଢ଼ୁଛି । ମୋତେ ଧମକାଇ ଚୁପ୍ କରାଯାଇ ପାରିବ ନାହିଁ । ଆଦାନୀଙ୍କର ଅନେକ ନକଲି କମ୍ପାନୀ ଅଛି । ସତ କହିବାରୁ ସଂସଦରେ ମୋ ଭାଷଣକୁ ହଟାଯାଇଛି । ମୁଁ କାହାକୁ ଡରୁନାହିଁ । ସେମାନେ ସମସ୍ତଙ୍କୁ ଡରାଇ ରଖିଛନ୍ତି କିନ୍ତୁ ମୋତେ ଡରାଇ ପାରିବେ ନାହିଁ । ଆଦାନୀ ଓ ମୋଦିଙ୍କ ମଧ୍ୟରେ ଗଭୀର ସହଯୋଗୀତା ରହିଛି ବୋଲି କହିଛନ୍ତି ରାହୁଲ ।

ଅନ୍ୟପଟେ ସାଂସଦ ଭାବେ ରାହୁଲ ଅଯୋଗ୍ୟ ଘୋଷିତ କରାଯିବା ପରେ ପୂରା କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ହଲ୍ଲାବୋଲ ଡାକରା ଦେଇଛି । ପ୍ରତିବାଦରେ ଦଳର ନେତା ଓ କର୍ମୀମାନେ ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦିନିକିଆ ସତ୍ୟଗ୍ରାହ କରୁଛନ୍ତି। ରାହୁଲଙ୍କ ସମର୍ଥନରେ ଦେଶର ସବୁ ରାଜ୍ୟ ତଥା ଜିଲ୍ଲା ସଦର ମହକୁମାର ଗାନ୍ଧୀ ପ୍ରତିମୂର୍ତ୍ତି ଆଗରେ କଂଗ୍ରେସର ଏହି ‘ସଂକଳ୍ପ ସତ୍ୟାଗ୍ରହ’ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ।କଂଗ୍ରେସର ଏହି ‘ସଂକଳ୍ପ ସତ୍ୟାଗ୍ରହ’ରେ ସଭାପତି ମଲ୍ଲିକାର୍ଜୁନ ଖଡଗେ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ବାଦ୍ରା ଓ ଦଳର ଅନ୍ୟ ବରିଷ୍ଠ ଓ କନିଷ୍ଠ ନେତା ସାମିଲ ହୋଇଛନ୍ତି ।

Leave A Reply

Your email address will not be published.