ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଂଗ୍ରେସର ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କୁ ମିଳିଲା ବିବାହ ପ୍ରସ୍ତାବ, ତାମିଲ ଝିଅ ସହିତ ବିବାହ କରିବାକୁ ଚାହୁଁଛନ୍ତି …..

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବର୍ତ୍ତମାନ ଭାରତ ଯୋଡ଼ ଯାତ୍ରାରେ କନ୍ୟାକୁମାରୀରୁ କଶ୍ମୀର ଅଭିମୁଖେ ଯାତ୍ରା କରୁଛନ୍ତି। ୧୫୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ବର୍ତ୍ତମାନ ଚତୁର୍ଥ ଦିନ ହୋଇଥିବା ବେଳେ ଗତକାଲି ଅପରାହ୍ନରେ ସେ କନ୍ୟାକୁମାରୀର ମାର୍ଥାଣ୍ଡାମରେ ମନରେଗାର ମହିଳା ଶ୍ରମିକଙ୍କୁ ଭେଟିଥିଲେ। ଆଉ ଏହି ସମୟରେ ମହିଳାମାନେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିବାର ଜଣାପଡିଛି । ତେବେ ବିବାହ ପ୍ରସ୍ତାବ ଶୁଣି ରାହୁଲ ମୁରୁକି ମୁରୁକି ହସିଥିଲେ । କଂଗ୍ରେସ ସାଂସଦ ଜୟରାମ ରମେଶ ଏବାବଦରେ ଟ୍ୱିଟ କରି କହିଛନ୍ତି ଯେ ରାହୁଲ ମହିଳାମାନଙ୍କ ସହ ତାଙ୍କ ବିବାହ ବାବଦରେ କଥାବାର୍ତ୍ତା କରିଥିଲେ।

ଦରଦାମ ବୃଦ୍ଧି, ବେରୋଜଗାରୀକୁ ବିରୋଧ କରି କଂଗ୍ରେସ ଭାରତ ଯୋଡ଼ ପଦଯାତ୍ରା କରୁଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସହ କଥା ବାର୍ତ୍ତା କରୁଛନ୍ତି। ସେମାନଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି। ଶନିବାର ଅପରାହ୍ନରେ ଭାରତ ଯୋଡ଼ ଯାତ୍ରା ସମୟରେ ରାହୁଲ ମାର୍ଥାଣ୍ଡାମରେ ମନରେଗାର ମହିଳା କର୍ମୀଙ୍କୁ ଭେଟିଥିଲେ, ଯେଉଁଥିରେ ମହିଳାମାନେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ବିବାହ ବିଷୟରେ ଆଲୋଚନା କରିଥିଲେ। ଏପରିକି ରାହୁଲଙ୍କୁ ଜଣେ ତାମିଲ ଝିଅ ସହ ବିବାହ କରାଇଦେବାକୁ ମହିଳାମାନେ ପ୍ରସ୍ତାବ ଦେଇଥିବା କଂଗ୍ରସେ ସାଂସଦ ଜୟରାମ ରମେଶ ଖୁଲାସା କରିଛନ୍ତି।


ଜୟରାମ ରମେଶ ଟ୍ୱିଟ୍‌ କରି କହିଛନ୍ତି, ‘ରାହୁଲ ଗାନ୍ଧି ଅପରାହ୍ନରେ ମାର୍ଥାଣ୍ଡାମରେ ମହିଳା ମନରେଗା କର୍ମଚାରୀଙ୍କ ସହ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ଜଣେ ମହିଳା କହିଥିଲେ ଯେ ସେ ଜାଣନ୍ତି ଯେ ରାହୁଲ ଗାନ୍ଧୀ ତାମିଲନାଡୁକୁ ଭଲ ପାଆନ୍ତି। ସେମାନେ ତାଙ୍କୁ ଜଣେ ତାମିଲ ଝିଅ ସହିତ ବିବାହ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେମାନେ ପ୍ରସ୍ତୁତ ଅଛନ୍ତି।’

ଅନ୍ୟପଟେ ରାହୁଲ ତାମିଲନାଡୁର ଯାତ୍ରା ପୂରଣ କରିବା ସହ ଏସିଆର ପ୍ରଥମ ମହିଳା ବସ୍‌ ଡ୍ରାଇଭର ୬୩ ବର୍ଷୀୟ ବସନ୍ତ କୁମାରୀଙ୍କୁ ଭେଟିଥିଲେ। ବସନ୍ତକୁମାରୀ ୨୩ ବର୍ଷରୁ ଅଧିକ ସମୟ ଧରି ବସ୍ ଚଳାଉଛନ୍ତି । ଚେନ୍ନାଇର ବସନ୍ତକୁମାରୀ ମହିଳା ସଶକ୍ତିକରଣରେ ଏକ ଜଣାଶୁଣା ନାମ। ଆର୍ଥିକ ସ୍ଥିତି ଖରାପ ହେବାରୁ ଯଦିଓ ସେ ଗାଡି ଚଳାଇବା ଆରମ୍ଭ କରିଥିଲେ, କିନ୍ତୁ ପରେ ଗାଡି ଚଳାଇବା ତାଙ୍କର ନିଶାରେ ପରିଣତ ହୋଇଯାଇଥିଲା । କେବଳ ସେତିକି ନୁହେଁ ସେ ମାର୍ଥାଣ୍ଡାମ ସଫେଇ କର୍ମଚାରୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ। କେରଳ ସୀମା ନିକଟରେ ରାହୁଲ ଗାନ୍ଧୀ ତାମିଲନାଡୁ ଯାତ୍ରାକୁ ପୂରଣ କରିବା ସହ ଜଣେ ଚା’ ଦୋକାନର ମାଲିକଙ୍କ ସହ କଥା ହୋଇଥିଲେ। ଆଜି ସେ କେରଳ ଯାତ୍ରା ଆରମ୍ଭ କରିଛନ୍ତି। କଂଗ୍ରେସ ‘ଭାରତ ଯୋଡ’ ଯାତ୍ରା ୧୨ ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳକୁ କଭର୍‌ କରିବ। ପାଞ୍ଚ ମାସ ମଧ୍ୟରେ କାନ୍ୟା କୁମାରୀ ଠାରୁ ଜମ୍ମୁ କଶ୍ମୀର ପର୍ଯ୍ୟନ୍ତ ୩,୭୫୦ କିଲୋମିଟର ଦୂରତା ଅତିକ୍ରମ କରିବ। ଏଥିସହ ୨୨ଟି ବଡ ସହରରେ ମେଗା ରାଲି ମଧ୍ୟ ହେବ।

Leave A Reply

Your email address will not be published.