ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀଲଙ୍କା ଗସ୍ତ ପାଇଁ ରାହୁଲ ଦ୍ରାବିଡ ସମ୍ଭାଳିବେ ଦଳର କୋଚ୍ ପଦ – ବିସିସିଆଇ ଅଧ୍ୟକ୍ଷ

କିଛିଦିନ ତଳେ ବିସିସିଆଇ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଥିଲା । ମାତ୍ର ଏହି ଗସ୍ତ ସମୟରେ କିଏ ଟିମର କୋଚ ପଦ ସମ୍ଭାଳିବ ସେନେଇ କୌଣସି ସୂଚନା ଦିଆଯାଇ ନଥିଲା । ଶ୍ରୀଲଙ୍କା ଗସ୍ତବେଳେ ଭାରତୀୟ ଟିମର କୋଚ ଦାୟିତ୍ୱ ରାହୁଲ ଦ୍ରାବିଡ ସମ୍ଭାଳିବେ ବୋଲି ଆଜି ଘୋଷଣା କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଏହା ପୂର୍ବରୁ ରାହୁଲ ଦ୍ରାବିଡ କିଛିବର୍ଷ ଇଣ୍ଡିଆ ଅଣ୍ଡର ୧୯ ଟିମର କୋଚ୍ ଭାର ସମ୍ଭାଳିସାରିଛନ୍ତି ।

ଶ୍ରୀଲଙ୍କା ଗସ୍ତ ସମୟରେ ଭାରତୀୟ ଟିମ୍ ୨ ଟି ସିରିଜ୍ ଖେଳିବ । ଶୀଖର ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ ଟି ଏକଦିବସୀୟ ମ୍ୟାଚ୍ ଓ ୩ ଟି ଟି-୨୦ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ୧୩ଜୁଲାଇ ରୁ ୨୫ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.