ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇ ଇତିହାସ ରଚିଲେ ରବିଚନ୍ଦ୍ରନ ଅଶ୍ୱିନ୍

ମୋହାଲି: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ ନେଇଥିବା ବୋଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ଅଶ୍ୱିନ ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । କପିଲ ଦେବ ଟେଷ୍ଟ କ୍ରିକେଟରେ ୪୩୪ ଓ୍ୱିକେଟ ଅକ୍ତିଆର କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଏବେ ବି ମହାନ ସ୍ପିନର ଅନୀଲ କୁମ୍ଭଲେଙ୍କ ପଛରେ ରହିଛନ୍ତି । କୁମ୍ଭଲେ ତାଙ୍କ କ୍ୟାରିୟରରେ ୬୧୯ ଓ୍ୱିକେଟ ଅକ୍ତିଆର କରିଛନ୍ତି ।

ରବିଚନ୍ଦ୍ରନ ଅଶ୍ୱିନ ଏହି ଐତିହାସକ ରେକର୍ଡ ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ହାସଲ କରିଛନ୍ତି । ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ତେବେ ଏହି ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଅଶ୍ୱିନ ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଏହା ପରେ ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଆଉ ଏକ ୱିକେଟ ନେବା ପରେ ସେ କପିଲ ଦେବଙ୍କୁ ଟପିଥିଲେ । ଏହି ମ୍ୟାଚରେ ଅଶ୍ୱିନ ନ୍ୟୁଜିଲାଣ୍ଡର ରିଚାର୍ଡ ହେଡଲୀ ଏବଂ ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କୁ ମଧ୍ୟ ପଛରେ ପକାଇଛନ୍ତି ।

Leave A Reply

Your email address will not be published.