ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଭୁବନେଶ୍ୱରର ୪ଟି ସ୍ଥାନରେ ହେବ ରାବଣ ପୋଡି, ଆସିଲା ୨୮ଟି ଗାଇଡ୍‌ଲାଇନ୍‌, ମୁତୟନ ହେବେ ପାଞ୍ଚ ପ୍ଲାଟୁନ୍‌ ପୁଲିସ ଫୋର୍ସ

ଭୁବନେଶ୍ୱର : ରାବଣ ପୋଡି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ୪ ଟି ସ୍ଥାନକୁ ମିଳିଛି ଅନୁମତି । ବରମୁଣ୍ଡା,ଝରପଡା,କୋରଡ କଣ୍ଟା ଓ ପାହାଳ ଅନୁଷ୍ଠାନରେ ହେବ ରାବଣ ପୋଡି ।ବର୍ତ୍ତମାନ ସୁଦ୍ଧା ୪ ଟି ଅନୁଷ୍ଠାନକୁ ଅଗ୍ନିଶମ ବିଭାଗର ଅନୁମତି ପତ୍ର ମିଳିଥିଲେ ସୁଦ୍ଧା କ୍ଷେତ୍ର ପରିଦର୍ଶନ କରି ଶେଷ ଅନୁମତି ଦେବ କମିଶନରେଟ ପୁଲିସ।

ଅନ୍ୟପଟେ ରାବଣପୋଡି ପାଇଁ ଭୁବନେଶ୍ବରରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏହା ସହ ରାବଣପୋଡି ପାଇଁ ୨୮ଟି ଗାଇଡ଼ଲାଇନ ରହିଛି ।  ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ ।  ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବ ।  ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡ ର ବ୍ୟବସ୍ଥା କରାଯାଇଛି ।

ସେହିପରି ଭଷାଣୀ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଭୁବନେଶ୍ୱର ୩ ଟି ଭସାଣି କମିଟି ରହିଛି । ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନର ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ନ ଉପୁଜିବା ଉପରେ ଗୁରୁତ୍ୱ ଦିଆଯାଇଛି । ୩ ଜଣ ଅତିରିକ୍ତ ଡିସିପି ଭାଷାଣୀ ଦାୟିତ୍ୱରେ ରହିବେ । ୩୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ ।

Leave A Reply

Your email address will not be published.