ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲି ଉପନିର୍ବାଚନ: ‘ବିଜେପି ହିଂସାର ରାସ୍ତା ଛାଡୁ, ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଶାନ୍ତିର ସହ ନିର୍ବାଚନ ଲଢ଼ନ୍ତୁ’

ଭୁବନେଶ୍ୱର: ରକ୍ତ ମୁଖା ହୋଇଛି ଭାରତୀୟ ଜନତା ପାର୍ଟି । ବିଜୁ ଜନତା ଦଳର ନିର୍ବାଚନ କାର୍ଯ୍ଯକ୍ରମ ଚାଲିଥିବା ବେଳେ ଭାରତୀୟ ଜନତା ପାର୍ଟି(ବିଜେପି )ର କର୍ମୀମାନେ ଆମ କର୍ମୀଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଆମର ଦୁଇ ଜଣ କର୍ମୀ ଗୁରୁତର ଅବସ୍ଥାରେ ଡେଲାଙ୍ଗ ଏବଂ ଆନ୍ୟ କର୍ମୀ ଅତି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଜେପି କର୍ମୀ ଯେଉଁ ହିଂସା ଭିଆଇଛନ୍ତି ତାହାର ପ୍ରମାଣ ଆମେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦେଇଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର ।

କେବଳ ଆମ କର୍ମୀଙ୍କୁ ଆକମ୍ରଣ କରିବାରେ ବିଜେପି କର୍ମୀ ସୀମିତ ନ ଥିଲେ, ସେହି ପରିବାର ମହିଳାମାନେ ଯେତେବେଳେ ତାଙ୍କ ଅବସ୍ଥା ଜାଣିବାକୁ ହସ୍ପିଟାଲରେ ପହଞ୍ଚିଲେ ସେଠାରେ ମଧ୍ୟ ତାଙ୍କୁ ଆକ୍ରମଣ କରାଗଲା । ଏଭଳି କି ସେମାନଙ୍କ ଲୁଗାପଟାକୁ ମଧ୍ୟ ଟାଣଟଣି କରିଛନ୍ତି । ଏଥିସହିତ ମେଡିକାଲକୁ ଭେଟିବାକୁ ଯାଇଥିବା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ବିଜେପି କର୍ମୀ ଏବଂ ତାଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି ।

ବିଜେପି ବିହାର ଏବଂ ୟୁପି ଭଳି ହିଂସାକୁ ପ୍ରଶୟ ଦେବାକୁ ଚାହୁଁଛନ୍ତି । ଭାରତୀୟ ଜନତା ପାର୍ଟି ନିର୍ବାଚନ ହାରିବାକୁ ଯାଉଛି । ଏହା ସେମାନେ ସ୍ପଷ୍ଟ ଭାବେ ଜାଣିସାରିଛନ୍ତି । ଏଣୁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଭାରତୀୟ ଜନତା ପାର୍ଟି ହିଂସାର ରାସ୍ତା ଛାଡ଼ନ୍ତୁ, ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଶାନ୍ତିର ସହ ନିର୍ବାଚନ ଲଢ଼ନ୍ତୁ ବୋଲି କହିଛନ୍ତି ଡ. ସସ୍ମିତ ପାତ୍ର ।

Leave A Reply

Your email address will not be published.