କଲିକତାରୁ ଓଡ଼ିଶା ଆସୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ସିନ୍ଥେଟିକ୍ ପନିର: ସବୁ ଜାଣି ଚୁପ୍ ବସିଛନ୍ତି ଖାଦ୍ୟ ନିରୀକ୍ଷକ

ଅନୁଗୁଳ: ଓଡିଶାକୁ କଲିକତାରୁ ବସ ଓ ଟ୍ରେନ ଯୋଗେ ପ୍ରତ୍ୟକ ଦିନ ଶହଶହ କ୍ବିଣ୍ଟାଲ ସିନ୍ଥେଟିକ୍ ପନିର ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଆସୁଛି। ବିଭିନ୍ନ ସମୟରେ ଏହି ସିନ୍ଥେଟିକ୍ ପନିର ମଧ୍ଯ ଜବତ କରାଯାଉଛି। କିନ୍ତୁ ଓଡ଼ିଶାର ବିଭିନ୍ନ ସହରରେ ପନିର ନା ରେ ବିଷ ବେପାର କରୁଥିବା ଏହି ଚୋର ବେପାରୀ ମାନେ ପୁଲିସ ଓ ଖାଦ୍ୟ ନିରୀକ୍ଷକ ମାନଙ୍କୁ ମୋଟା ଅଙ୍କର ଚାନ୍ଦା ଦେଇ ଏହି ବିଷ ବେପାର କରୁଥିବା ଜଣାଯାଇଛି। ଏହି ଚୋରା ବେପାରୀ ମାନେ ଲୋକଙ୍କ ଜୀବନ ସହିତ ଖେଳୁଥିଲେ ମଧ୍ୟ ଏଥିପ୍ରତି କାହାର ନଜର ନାହିଁ। କଲିକତାରୁ ସିନ୍ଥେଟିକ୍ ପନିର୍ ଚାଲାଣ ନୂଆ କଥା ନୁହେଁ। ବହୁ ବର୍ଷ ଧରି କଲିକତା ବସ୍ରେ ଏହା ଅନୁଗୁଳକୁ ମଧ୍ଯ ଆସୁଛି। ଅନୁଗୁଳ ବସ୍ଷ୍ଟାଣ୍ତରେ ଓହ୍ଲାଇବା ପରେ ସହରର କିଛି ଜଣାଶୁଣା ପନିର ବ୍ୟବସାୟୀ ଏହି ସିନ୍ଥେଟିକ ପନିରକୁ ନେଇ ଅନୁଗୁଳସହର ସମେତ ନାଲକୋ, ତାଳଚେର, ଏନ.ଟି .ପି.ସି, ପ୍ରଭୃତି ଶିଳ୍ପାଞ୍ଚଳ ଏରିଆକୁ ନେଇ ବେପାର କରୁଛନ୍ତି।
ସେହିପରି ଅନୁଗୁଳ ଜିଲ୍ଲାରେ ଥିବା ବଡ଼ବଡ଼ ହୋଟେଲ ଓ ଢ଼ାବା ଗୁଡିକକୁ ମଧ୍ୟ ଏଇ ବିଷାକ୍ତ ସିନ୍ଥେଟିକ ପନିର ଯୋଗାଉଛନ୍ତି। ବାହାଘର ଭୋଜିରେ ମଧ୍ୟ ଏହି ପନିର କାଟରର ମାନେ ବ୍ୟବହାର କରୁଛନ୍ତି । ଏ ସମ୍ପର୍କରେ ଖାଦ୍ୟ ନିରାପତ୍ତା ଅଧିକାରିଙ୍କୁ ଅବଗତ କରାଗଲେ ମଧ୍ୟ କିଛି ଫଳ ମିଳୁନି । ଏକ ଅନୁସନ୍ଧାନରୁ ଯଣାଯାଇଛି ଯେ ଅନୁଗୁଳ ସହରରେ ଓମଫେଡ ସାମଗ୍ରୀ ବିକୁଥିବା କେତେକ ବେପାରୀ ନୂଆବର୍ଷ, ଦୀପାବଳି, ଦଶହରା, ହୋଲି, ବାହାଘର ସମୟରେ ଏହି ସିନ୍ଥେଟିକ୍ ପନିର ମାର୍କେଟ୍କୁ ଛାଡ଼ିଥାନ୍ତି। ଏବଂ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି । ବଜାରରେ ଭଲ ପନିର କିଲୋ ୩୫୦ ଟଙ୍କାରୁ ଚାରିସହ ଟଙ୍କା ପଡୁଥିବା ବେଳେ କଲିକତା ଦଲାଲମାନେ ସିନ୍ଥେଟିକ୍ ପନିରକୁ ୧୫୦ରୁ ୧୭୦ରେ ଅନୁଗୁଳ ବେପାରୀଙ୍କୁ ବିକୁଥିବା କୁହାଯାଉଛି। ଏହି ଅସାଧୁ ବେପାରୀଙ୍କୁ ତୁରନ୍ତ ଧରିବାକୁ ନିଜେ ଏସ.ପି.ଦୃଷ୍ଟି ଦେବା ସହ ସ୍ବାସ୍ଥ୍ୟ ବିଭାଗ ଏହାର ବିଧିବଦ୍ଧ ଯାଞ୍ଚ କରିବା ଦରକାର ବୋଲି ସାଧାରଣରେ ଦାବି ହେଉଛି।