ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହାକାଶ ଅଧ୍ୟୟନରେ କ୍ଯାରିଅର କରିବାକୁ ଚାହୁଁଥିଲେ ଜାଣନ୍ତୁ କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା

ମହାକାଶ ଅଧ୍ୟୟନ ବିଷୟବସ୍ତୁ ହେଲା ଖଗୋଳ ବିଜ୍ଞାନ। ଏହା ବଳରେ ଖଗୋଳଶାସ୍ତ୍ରୀ ବ୍ରହାଣ୍ଡର ଗୂଢ଼ ରହସ୍ୟ ଜାଣିବାକୁ ଚେଷ୍ଟା କରନ୍ତି। ଚନ୍ଦ୍ର, ତାରା ତଥା ଅନ୍ୟାନ୍ୟ ଗ୍ରହ, ନକ୍ଷତ୍ର ଆଦି ବିଷୟରେ ଏଥିରେ ଅଧ୍ୟୟନ କରାଯାଏ। ତେେବ ଏହା ଯେତିକି ରୋଚକପୂର୍ଣ୍ଣ, ସେତିକି କଷ୍ଟକର। ଏହା ଏକ ଆହ୍ବାନପୂର୍ଣ୍ଣ କ୍ଷେତ୍ର ହୋଇଥିବା ବେଳେ ଏଥିରେ ରୋଜଗାରର ଭଲ ଅବସର ଅଛି।

ଶିକ୍ଷାଗତ ଯୋଗ୍ୟତା
ଯୁକ୍ତ ଦୁଇରେ ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟ ରଖିବା ଅନିବାର୍ଯ୍ୟ। ଯୁକ୍ତ ଦୁଇ ପାସ୍ ପରେ ଏଥିରେ ଗ୍ରାଜୁଏସନ୍‌, ପୋଷ୍ଟ୍‌ ଗ୍ରାଜୁଏସନ୍‌, ପିଏଚ୍‌ଡି କରିବାକୁ ହୋଇଥାଏ।

ନିଯୁକ୍ତି ସୁଯୋଗ
ଖଗୋଳବିଦ୍‌ଙ୍କୁ ସରକାରୀ ସଂସ୍ଥାରେ ନିଯୁକ୍ତିର ଯଥେଷ୍ଟ ସୁଯୋଗ ଅଛି। ଏହା ବାଦ୍ ଆଷ୍ଟ୍ରୋନୋମିକାଲ ଅବଜରଭେଟୋରି, ରିସର୍ଚ୍ଚ କମ୍ପାନି ଓ ବିଶ୍ବବିଦ୍ୟାଳୟରେ ଚାକିରିର ସୁଯୋଗ ରହିଛି। ଅବଜରଭେସନାଲ ଆଷ୍ଟ୍ରୋନୋମର୍‌, ଥିଓରେଟିକାଲ ଆଷ୍ଟ୍ରୋନୋମର୍‌, ସ୍ପେସ୍‌ ସାଇଣ୍ଟିଷ୍ଟ୍‌, ରିସର୍ଚ୍ଚ ଆଷ୍ଟ୍ରୋଫିଜିସିଷ୍ଟ୍‌, ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ୍‌ ଓ ପ୍ରଫେସର ପଦରେ ଏଥିରେ ନିଯୁକ୍ତି ମିଳିଥାଏ।

ପ୍ରମୁଖ ସଂସ୍ଥାନ
ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି, ଥିରୁଅନନ୍ତପୁରମ୍‌
ଦ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକ୍ସ, ବେଙ୍ଗାଲୁରୁ
ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ, ମୁମ୍ବାଇ

ରୋଜଗାର

ଏଥିରେ ରୋଜଗାରର ଯଥେଷ୍ଟ ଅବସର ଅଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମାସକୁ ୫୦ ହଜାର ଟଙ୍କା ରୋଜଗାର କରିବା ସମ୍ଭବ। ସମୟ ସହିତ ଅଭିଜ୍ଞତା ବଢ଼ିଲେ ଏହାର ପାରିଶ୍ରମିକ ବର୍ଷକୁ ଆଠ ଲକ୍ଷରୁ ଦଶ ଲକ୍ଷରେ ପହଞ୍ଚିଥାଏ।

Leave A Reply

Your email address will not be published.