ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୋଟିଏ ମୋବାଇଲ ନମ୍ବରରେ ମିଳିବ ଏକାଧିକ ପିଭିିସି ଆଧାରକାର୍ଡ

ବର୍ତ୍ତମାନ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପଲି ଭିନାଇଲ କ୍ଲୋରାଇଡ୍ (ପିଭିସି) କାର୍ଡରେ ଆଧାରକାର୍ଡର ପ୍ରିଟିଂ କରିପାରିବେ। ଏ ନେଇ ସରକାର ଆଇନଗତ ଅନୁମତି ଦେଇଛନନ୍ତି। ନିଜେ UIDAI  ଏହି ସୁବିଧା ଦେଇଛି। ବର୍ତ୍ତମାନ ଆପଣ ଆପଣଙ୍କର ଆଧାର କାର୍ଡକୁ ଏଟିଏମ୍ କାର୍ଡ ପରି ଏହି ପିଭିସି କାର୍ଡରେ ପ୍ରିଣ୍ଟ କରିପାରିବେ। ପିଭିସି କାର୍ଡର ସୁବିଧା ହେଉଛି ଯେ, କାର୍ଡ ପାଣି ଦ୍ୱାରା ନଷ୍ଟ ହେବ ନାହିଁ ଏବଂ ଭାଙ୍ଗିବ ନାହିଁ । ସବୁଠାରୁ ବଡ ଏବଂ ବିଶେଷ କଥା ହେଉଛି ଆପଣ ଗୋଟିଏ ମୋବାଇଲ୍ ନମ୍ବର ସହିତ ସମଗ୍ର ପରିବାର ପାଇଁ ପିଭିସିର ଆଧାର କାର୍ଡ ଅର୍ଡର ଦେଇପାରିବେ। ଏହି ଆଧାର କାର୍ଡରେ ଅନେକ ନୂତନ ସୁରକ୍ଷା ବ୍ୟବସ୍ଥା ମଧ୍ଯ ଦିଆଯାଇଛି।

ପିଭିସି କାର୍ଡରେ ଆଧାର ଛାପିବା ଏବଂ ଏହାକୁ ଘରକୁ ଅର୍ଡର କରିବା ପାଇଁ ଆପଣଙ୍କୁ କେବଳ ୫୦ ଟଙ୍କା ଦେୟ ଦେବାକୁ ପଡିବ। ଲୋକ ସଂଖ୍ୟା ଅନୁଯାୟୀ ଆପଣଙ୍କୁ ଫି ଦାଖଲ କରିବାକୁ ପଡିବ।

ଏହି ପିଭିସି ଆଧାରକାର୍ଡ ଅର୍ଡର କରିବାକୁ https://residentpvc.uidai.gov.in/order-pvcreprint ଲିଙ୍କକୁ କ୍ଲିକ୍ କରିବାକୁ ପଡିବ। ଏହା ପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେବାକୁ ପଡିବ ପରେ ସ୍କ୍ରିନରେ ଦିଆଯାଇଥିବା ଏକ ସିକ୍ୟୁରିଟି କୋଡକୁ ଦେବାକୁ ପଡିବ।

ଏହା ପରେ ଦୁଇଟି ବିକଳ୍ପ ପାଇବେ । ଯେଉଁଥିରେ ଏକ ମୋବାଇଲ୍ ନମ୍ବର ପଞ୍ଜୀକୃତ ହେବାର ବିକଳ୍ପ ଅନ୍ତର୍ଭୂକ୍ତ ହେବ। ଆପଣ ନିଜ ସୁବିଧା ଅନୁଯାୟୀ ଏହି ବିକଳ୍ପଗୁଡ଼ିକ ମଧ୍ୟରୁ ଯେକୌଣସିଟି ବାଛିପାରିବେ। ଯଦି ଆପଣ ଅନ୍ୟ ପରିବାର ସଦସ୍ୟଙ୍କ ପାଇଁ ଏକ ପିଭିସି ଆଧାର କାର୍ଡ କରିବାକୁ ଚାହୁଁଛନ୍ତି, ତେବେ ଆପଣ ସେମାନଙ୍କର ଆଧାର ନମ୍ବର ଏବଂ ଆପଣଙ୍କ ମୋବାଇଲ୍ ନମ୍ବର ଦେଇ ମଧ୍ୟ  ଅର୍ଡର କରିପାରିବେ।

ଆଧାର ନମ୍ବର, ସିକ୍ୟୁରିଟି କୋଡ୍ ଏବଂ ଓଟିପି ପ୍ରବେଶ କରିବା ପରେ, ଆପଣଙ୍କର ଆଧାର କାର୍ଡର ସବିଶେଷ ତଥ୍ୟ ଖୋଲିବ, ସେଗୁଡ଼ିକୁ ଯାଞ୍ଚ କରିବାପରେ ଦେୟ ଦେବେ। ଦେୟ ପାଇଁ, ଆପଣ ୟୁପିଆଇ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଡେବିଟ୍ କାର୍ଡ ପେମେଣ୍ଟ ପରି ବିକଳ୍ପ ପାଇବେ। ଦେୟ ପରେ, ଆପଣ ରସିଦକୁ ଡାଉନଲୋଡ୍ କରିପାରିବେ ଏବଂ ତାପରେ ଆପଣ ରସିଦରେ ଦିଆଯାଇଥିବା ୨୮-ଅଙ୍କର ବିଶିଷ୍ଟ ସେବା ଅନୁରୋଧ ନମ୍ବର ସହିତ ଟ୍ରାକ କରିବାକୁ ମଧ୍ୟ ସକ୍ଷମ ହେବେ।

Leave A Reply

Your email address will not be published.