ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ରାତି ୧୧ ଯାଏ ଶ୍ରୀମନ୍ଦିର ଖୋଲା

ପୁରୀ : ଚାଲିଛି ପଞ୍ଚୁକ। ଡିଞ୍ଚୁକ ୫ ଦିନରେ ବିଭିନ୍ନ ବେଶ ଧାରଣ କରୁଛନ୍ତି ମହାପ୍ରଭୁ । ଏହି ବେଶ ଦର୍ଶନ କଲେ ଅପାର କରୁଣା ଲାଭ ସହ ଅଶେଷ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି। ତେଣୁ ପଞ୍ଚୁକ ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେଉଛି। ଏହାକୁ ନଜରରେ ରଖ୍ ଦର୍ଶନ ଅବଧି ବୃଦ୍ଧି କରାଯାଇଛି। ବୁଧବାର ଏବଂ ଗୁରୁବାର ଦୁଇଦିନ ସକାଳ ୭ରୁ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲା ରହିବ ବୋଲି ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶକ୍ରମେ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଅନୁଷ୍ଠିତ ଭଚୁଆଲ ବୈଠକରେ ଏସ୍ଓପି ସମୀକ୍ଷା କରାଯାଇଥିଲା । ପଞ୍ଚୁକ ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ଦର୍ଶନ ସମୟ ବୃଦ୍ଧି ନିମନ୍ତେ ସମସ୍ତେ ପ୍ରସ୍ତାବ ରଖୁବାପରେ ଏହି ନିଷ୍ପତି ।

ହୋଇଛି। ଏତଦବ୍ୟତୀତ ଆସନ୍ତା ୧୯ ତାରିଖ କାର୍ତିକ ପୂର୍ଣ୍ଣିମା ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଏହିଦିନ ରତ୍ନ ସିଂହାସନରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବା ସୁନାବେଶ ଅନୁଷ୍ଠିତ ହେବ । ତେଣୁ ଭକ୍ତଙ୍କ ପ୍ରବଳ ଭିଡ଼ ହେବାକୁ ଥିବାରୁ କୋଭିଡ଼ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ପରିଚାଳନା କମିଟିର ସେବାୟତ ପ୍ରତିନିଧି ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.