ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେବଳ ସେବାୟତ ଟାଣିବେ ରଥ: ଦକ୍ଷିଣ ମୋଡବେଳେ ନିୟୋଜିତ ହେବେ ପୁଲିସ, ରଥ ଉପରେ କୌଣସି ସେବାୟତ ନେଇପାରିବେନି ଫଟୋ କିମ୍ବା ସେଲ୍ଫି

ପୁରୀ: ଚଳିତବର୍ଷର ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ବିସ୍ତୃତ ସୂଚନା ଦେଛନ୍ତି । ରଥଯାତ୍ରାକୁ ନେଇ ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ  ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଶ୍ରୀମନ୍ଦିର ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଗତବର୍ଷ ଭଳି ଏବର୍ଷ ମଧ୍ୟ ସେବାୟତ ଟାଣିବେ ରଥ । ଦକ୍ଷିଣ ମୋଡ ପାଇଁ ନିୟୋଜିତ ହେବେ ପୁଲିସ ବାହିନୀ । ରଥଯାତ୍ରା ପୂର୍ବରୁ ପ୍ରଶାସନିକ କର୍ମଚାରୀ ଓ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବ । ଏବଂ ରଥଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ ସାନିଟାଇଜର ଓ ଗାମୁଛା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ।

ସେହିପରି ଚଳିତ ବର୍ଷ ରଥଯାତ୍ରାରେ ସେବାୟତଙ୍କ ବ୍ୟତୀତ ଅନ୍ୟ କେହି ରଥ କିମ୍ବା ରଥ ଡଉଡ଼ି ଛୁଇଁ ପାରିବେ ନାହିଁ । ବଡଦାଣ୍ଡ ଓ ସିଂହଦ୍ବାରରେ ସେବାୟତଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରାଯିବ । ଏବଂ ରଥରେ ନିୟୋଜିତ ସେବାୟତଙ୍କ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥା କରାଯି । ଏବଂ ରଥ ଉପରେ କମ୍‌ ସଂଖ୍ୟକ ସେବାୟତଙ୍କୁ ନିୟୋଜିତ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ।

ଗଣମାଧ୍ୟମ ଜରିଆରେ ଭକ୍ତମାନେ କିଭଳି ସୁନ୍ଦର ଭାବେ ଦର୍ଶନ କରିବେ ତାଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଶାସନ। ରଥ ଉପରେ କୌଣସି ସେବାୟତ ଫଟୋ କିମ୍ବା ସେଲ୍ଫି ନେବା ଉପରେ ମଧ୍ୟ ପ୍ରଶାସନ କଟକଣା ଲଗାଇଛି ।

Leave A Reply

Your email address will not be published.