ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହଟିଲା କୋଭିଡ କଟକଣା: ଅନ୍ୟ ଦିନପରି ରବିବାରରେ ମଧ୍ୟ ଶ୍ରୀମନ୍ଦିରରେ ଜଗା ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ: ଶ୍ରୀମନ୍ଦିରରୁ ହଟିଲା ରବିବାରିଆ କଟକଣା । ଏଣିକି ରବିବାରରେ ବି ଜଗାକୁ ଦର୍ଶନ କରିପାରିବେ ଭକ୍ତ। କୋଭିଡ୍ କଟକଣା କୋହଳ ହେବା ପରେ ଆଜି ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ରବିବାର ସକାଳୁ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ। ରବିବାର ଅବସରରେ ପୁରୀ ବୁଲିବାକୁ ଆସିଥିବା ଭକ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି । ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର। କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ଗତ ଦୁଇ ବର୍ଷ ଧରି ରବିବାର ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହୁଥିଲା।

Leave A Reply

Your email address will not be published.