ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ ସେବାୟତ ହତ୍ଯା ଘଟଣା: ୬ଦିନରେ ଗିରଫ ହେଲେ ୬ ଅଭିଯୁକ୍ତ

ଭୁବନେଶ୍ବର: ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାର ପର୍ଦ୍ଦାଫାସ୍  ହୋଇଛି। ସାମ୍ବାଦିକ ସମ୍ମିଳନୀରେ ସୋମବାର  ମାମଲାର ପର୍ଦ୍ଦାଫାସ କରିଛନ୍ତି ପୁରୀ ଏସପି । ହତ୍ୟା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀକୁ  ଗିରଫ କରିଛି ପୁଲିସ। ସେହିପରି ଅନ୍ଯ ୪ ଅଭିଯୁକ୍ତ ହେଲେ ମୁନା ପାତ୍ର, ସନ୍ଦୀପ ଜେନା, କାଳୁ ପାଣିଗ୍ରାହୀ  ଓ ବାବା ମହାପାତ୍ର। ମୁନା ପାତ୍ର ବନ୍ଧୁକ ଯୋଗାଇଥିବା ବେଳେ ସନ୍ଦୀପ ଜେନା ପୁରା ଘଟଣାକୁ ରୂପ ଦେଇଥିଲା। ଏତଲା ଥିବା ଆଉ ୩ଜଣଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୁରୀ ଏସପି କହିଛନ୍ତି। ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ। ପୁଲିସ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ପୁରୀ ଏସପି କହିଛନ୍ତି।

ସୂଚନା ଅନୁଯାୟୀ,  ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗତ  ୧୬ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା। ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରିବା ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥାନରୁ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.