ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର ଛାତ ଉପରେ ଠିଆ ହୋଇ ଦେଖି ପାରିବେନି ରଥଯାତ୍ରା

ପୁରୀ: ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ଘର ଛାତ ଉପରେ ଠିଆ ହୋଇ କେହି ରଥଯାତ୍ରା ଦେଖିପାରିବେ ନାହିଁ। ରଥଯାତ୍ରା ପାଇଁ ବଡଦାଣ୍ଡ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି ହେବ।  ଆସନ୍ତା ୧୧ ତାରିଖରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ଜାରି ହେବ। ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଲୋକେ ତାଙ୍କ ଘର ଭିତରେ ରହି ରଥଟଣା ଦେଖିପାରିବେ। ସେହିପରି କୌଣସି ହୋଟେଲ, ଲଜିଂ କିମ୍ବା ଧର୍ମଶାଳାରେ ପର୍ଯ୍ୟଟକ କିମ୍ବା ଶ୍ରଦ୍ଧାଳୁ ରହିପାରିବେ ନାହିଁ। ପୂର୍ବରୁ ବଡ଼ଦାଣ୍ଡରେ ଘର କରିଥିବା ଲୋକଙ୍କ ପରିବାର ସଦସ୍ୟ ଛାତ ଉପରେ ଠିଆ ହୋଇ ରଥଯାତ୍ରା ଦେଖିପାରିବେ ବୋଲି ଯେଉଁ ସୂଚନା ଦିଆଯାଇଥିଲା ସେଥିରେ ପରିବର୍ତ୍ତନ କରାଯାଇଛି। ତେବେ ବଡ଼ଦାଣ୍ଡରେ କେତେ ଘର, ହୋଟେଲ, ଲଜିଂ, ଧର୍ମଶାଳା ରହିଛି ତାର ତାଲିକା ମଧ୍ୟ ପ୍ରସ୍ତୁତ କରୁଛି ଜିଲ୍ଲା ପ୍ରଶାସନ। ଏହାର ଉଲ୍ଲଘଂନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.