ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଥ ଉପରେ ଛେରାପହଁରା କଲେ ମହାପ୍ରଭୁଙ୍କ ଆଦ୍ଯସେବକ ଗଜପତି ମହାରାଜା

ପୁରୀ: ଧାଡ଼ି ପହଣ୍ଡି ପରେ ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର, ମଝିରେ ଆସିଥିଲେ ଗେଲି ଭଉଣୀ ସୁଭଦ୍ରା ଏବଂ ସବୁଠାରୁ ଶେଷରେ ଟାହିଆକୁ ଦୋହଲାଇ ହୋହଲାଇ ଆସିଥିଲେ ନଟବର ନଟିଆ କାଳିଆ ସାଆନ୍ତ ମହାବାହୁ। ଏହାପରେରଥ ଉପରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଛେରା ପହଁରା ନୀତି । ଗଜପତି ମହାରାଜ ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କରିଛନ୍ତି । ଆଜି ଶ୍ରୀନଅରରୁ ସେ ତାମଯାନରେ ଆସି ବଡ଼ଦାଣ୍ଡରେ ରଥ ନିକଟରେ ପହଞ୍ଚିଥିଲେ । ରାଜାବେଶରେ ତିନି ରଥରେ ଛେରା ପହଁରା କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ।

https://www.youtube.com/watch?v=AN3o2M_OhkU

ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରିଥିଲେ । ପରେ ସୁବର୍ଣ୍ଣ ସମାର୍ଜନୀରେ ଛେରା ପହଁରା କରିଥିଲେ ଗଜପତି ମହାରାଜ । ଏହାପରେ ତାମଜାନରେ ବସି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥରେ ଛେରା ପହଁରା କରାଯାଇଛି । ଏହି ନୀତି ସମ୍ପାଦନ ପରେ ରଥରେ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ପରେ ରଥଟଣା ଯିବ ।

Leave A Reply

Your email address will not be published.