ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ହ୍ୟାକ୍, ଚୀନର ହ୍ୟାକର ହ୍ୟାକ୍ କରିଥିବା ସୂଚନା

ପୁରୀ : ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ଚୀନର କୌଣସି ଏକ ହ୍ୟାକର ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ୍ ଆକାଉଣ୍ଟକୁ ହ୍ୟାକ୍ କରିନେଇଥିବା ସୂଚନା ମିଳିଛି। ତେବେ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ପୁରୀ ଜିଲ୍ଲାପାଳ ଏହାକୁ ନେଇ ଆକ୍ସନ ନେଇଛନ୍ତି । ତୁରନ୍ତ ଏ ଘଟଣାର ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଆଜି ଅପରାହ୍ନ ସମୟରେ ପୁରୀ ଜିଲ୍ଲାପାଳଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେଇଯାଇଥିବା ଦେଖିବାକୁ ମିଳିଥିଲା । ହ୍ୟାକ୍ ହେବାର କିଛି ସମୟ ପରେ ହ୍ୟାକର ଜଣକ ଅନେକ ଟୁଇଟକୁ ରି-ଟୁଇଟ୍ କରିଥିଲା । ଖାଲି ସେତିକି ନୁହେଁ କିଛି କାର୍ଟୁନ ଫଟୋକୁ ମଧ୍ୟ ସେୟାର କରିଥିଲା ହ୍ୟାକର । ତେବେ ଦୀର୍ଘ ସମୟ ପରେ ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ହ୍ୟାକିଂରୁ ମୁକ୍ତ କରାଯାଇପାରିନାହିଁ । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଆଇ.ଟି. ବିଭାଗକୁ ଅଭିଯୋଗ କରାଯାଇଛି। କିଏ ଏବଂ କାହିଁକି ଆକାଉଣ୍ଟ ହ୍ୟାକ୍‌ କରିଛି ତଦନ୍ତ ପରେ ସ୍ପଷ୍ଟ ହେବ।

Leave A Reply

Your email address will not be published.