ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବସିବ ଛତିସା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ, ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା

ପୁରୀ: ପୁରୀରେ ଆଜି ବସିବ ଛତିସା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଗାମୀ ମାର୍ଚ୍ଚ ୭ ତାରିଖରେ ଦୋଳ ପୂର୍ଣ୍ଣିମା ନୀତି ସମେତ ସୁନାବେଶ ନୀତି ନିର୍ଘଣ୍ଟ ନେଇ ବୈଠକରେ ହେବ ଆଲୋଚନା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଯୋଗଦାନ କରି ଅଧ୍ୟକ୍ଷତା କରିବା ସହିତ ଏଥିରେ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧିମାନେ ଯୋଗଦାନ କରିବେ। ତେବେ ଦୋଳପୁର୍ଣିମା ପୂର୍ବରୁ ଦୋଳବେଦୀ ନିକଟରେ କରାଯାଉଥିବା ପରିକ୍ରମା ମାର୍ଗ କାର୍ଯ୍ୟ ଶେଷ କରିବା ନେଇ ବୈଠକରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ସନ୍ଧ୍ୟା ୫ଟାରେ ନୀଳାଦ୍ରି ଭକ୍ତ ନିବାଶ ଠାରେ ଏହି ବୈଠକ ବସିବ।

ଆସନ୍ତା ୬ ତାରିଖରେ ମେଣ୍ଢା ପୋଡ଼ି ଓ ୭ରେ ଦୋଳପୂର୍ଣ୍ଣିମା ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବ। ଏଥିପାଇଁ ଛତିଶା ନିଯୋଗ ବୈଠକରେ ନୀତି କାନ୍ତି ଚୂଡାନ୍ତ ହେବ। ସେହିପରି ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବାକୁ ଥିବାରୁ ନୀତି କାନ୍ତିକୁ ଶୃଙ୍ଖଳିତ କରିବା ନେଇ ଆଲୋଚନା ହେବ।

Leave A Reply

Your email address will not be published.