ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମେରିକାରେ ଭାରତୀୟ ବଂଶୋଦ୍ଭବର ଗୋଟିଏ ପରିବାରର ୪ ସଦସ୍ୟଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆରେ ରହୁଥିବା ଏକ ଭାରତୀୟ ବଂଶୋଦ୍ଭବର ଗୋଟିଏ ପରିବାର ୪ ଜଣ ସଦସ୍ୟଙ୍କ ହତ୍ଯା କରାଯଇଛି।  ଉକ୍ତ ପରିବାର ସଦସ୍ୟଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ୮ ମାସର ଶିଶୁ ଅଛି।  ହତ୍ୟା ପରେ ଅପହରଣକାରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଛନ୍ତି। ପୁଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗୁରୁତର ଅବସ୍ଥାରେ ନିଜ ହେପାଜତକୁ ନେଇଛି।

ସୂଚନାଯୋଗ୍ୟ, ଉକ୍ତ ପରିବାର ସଦସ୍ୟଙ୍କ ଘର ପଞ୍ଜାବର ହୋସିରାପୁରରେ। ବ୍ୟବସାୟ ପାଇଁ ଏହି ପରିବାର କାଲିଫର୍ଣ୍ଣିଆରେ ରହୁଥିଲେ। ମୃତକମାନେ ହେଲେ ୮ ମାସର ଅରୂହି ଧେରି, ତା’ର ୩୬ ବର୍ଷିୟ ବାପା ଯଶଦୀପ ସିଂହ ଓ ୨୭ ବର୍ଷୀୟ ମାଆ ଯଶ୍‌ଲୀନ୍‌ କୌର୍‌ ଓ ଝିଅର ୩୯ ବର୍ଷିୟ ବଡ଼ବାପା ଅମନଦୀପ ସିଂହ।  ସୋମବାର ଉକ୍ତ ପରିବାର ମାଲିକାନାରେ ଥିବା ଏକ କାରକୁ ଜବତ କରାଯାଇଛି। ଏହି କାରରେ ଉକ୍ତ ପରିବାର ସଦସ୍ୟଙ୍କୁ ଅପହରଣ କରାଯାଇଥିବା ସେଠିକାର ପୁଲିସ ସୂଚନା ଦେଇଛି। ଏହି ଘଟଣାକୁ  ନେଇ ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

Leave A Reply

Your email address will not be published.