ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଆଁଲାଗି ଜଳିଗଲେ ଗୋଟିଏ ପରିବାରର ୭ ସଦସ୍ୟ

ଲୁଧିଆନା: ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛି। ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଜୀବନ୍ତ ଦଗ୍ଦ ହୋଇଥିବା ଜଣାପଡ଼ିଛି।ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି।

ପୂର୍ବ ଲୁଧିଆନାର ଏସିପି ସୁରିନ୍ଦର ସିଂହ କହିଛନ୍ତି ଯେ , ମୃତକମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ। ସେମାନେ ଟିବା ରୋଡ଼ ନିକଟସ୍ଥ ମ୍ୟୁନ୍ସିପାଲଟିର ବର୍ଯ୍ଯବସ୍ତୁର ଡମ୍ପିୟାର୍ଡ଼ ନିଟକରେ କୁଡ଼ିଆରେ ରହୁଥିଲେ। ତେବେ ଅଗ୍ନିକାଣ୍ଡ ଯୋଗୁ ଗୋଟିଏ ପରିବାରର ବାପା ମା’ ସହ ୫ ଜଣ ପିଲା ଜୀବନ୍ତ ଦଗ୍ଦ  ହୋଇଯାଇଛନ୍ତି। ଟିବା ପୁଲିସ ଅଧିକାରୀ ମୃତକମାନଙ୍କୁ ଚିହ୍ନଟ କରିଛନ୍ତି। ମୃତକମାନଙ୍କର ନାଁ ଜଣାପଡ଼ି ନାହିଁ। ସେହିପରି କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ। ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରିଛି ।

Leave A Reply

Your email address will not be published.