ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଳୁଛି ଉଦଳା ନୂଆସାହି ସଂରକ୍ଷିତ ଜଙ୍ଗଲ

ଉଦଳା : ଗ୍ରୀଷ୍ମ ଆରମ୍ଭ ନହେଉଣୁ ଜଙ୍ଗଲ ରେ ନିଆଁ ଲାଗିବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଉଦଳା ସହରର କଲେଜ ପଛରେ ଥିବା ନୂଆସାହି ସଂରକ୍ଷିତ ଜଙ୍ଗଲରେ ନିଆଁ ହୁତୁ ହୁତୁ ହୋଇ ଜଳୁଥିବାର ଦେଖାଗଲାଣି । ଶୁଖିଲା ପତ୍ର ପଡିଥିବା କାରଣ ରୁ ନିଆଁ ବ୍ୟାପି ବ୍ୟାପି ଚାଲିଛି । ଫଳରେ ନିକଟରେ ଥିବା ଜନବସତି ନିଆଁ ଧାସରେ ଅସ୍ତବ୍ୟସ୍ତ ହୋଇପଡିଛନ୍ତ । ଏପରିକି ସମଗ୍ର ଅଞ୍ଚଳ ଧୂଆଁ ଧାସ ରେ ଅଣନିଶ୍ୱାସୀ ହୋଇପଡିଛନ୍ତ । ତେବେ ଅଗ୍ନିଶମ ବିଭାଗ, ବନବିଭାଗ ଓ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ କେହି ଏହି ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରୁଛି ବନବିଭାଗ । ଉକ୍ତ ସଂରକ୍ଷିତ ଜଙ୍ଗଲକୁ ଲାଗି ପାଟପୁର ସଂରକ୍ଷିତ ଶାଳ ଜଙ୍ଗଲ ଥିବା ନେଇ ବିଭାଗ ନିଆଁ ନ ବ୍ୟାପିବା ପାଇଁ ସତର୍କ ନଜର ଓ ପଦକ୍ଷେପ ଗ୍ରହଣ କରିଥିବା ଜଣା ପଡ଼ିଛି ।

 

Leave A Reply

Your email address will not be published.