ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ ପାଇଁ ଅନାସ୍ଥା ପ୍ରସ୍ତାବ, ଶାସକ ଦଳର ନେତାଙ୍କ ସମର୍ଥନ

କରାଚି: ପାକିସ୍ତାନରେ ତୀବ୍ର ହେଉଛି ରାଜନୈତିକ ସଙ୍କଟ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗାଦିଚ୍ୟୁତ କରିବାକୁ ଆସିଛି ଅନାସ୍ଥା ପ୍ରସ୍ତାବ। ପାକିସ୍ତାନକୁ ସମ୍ଭାଳି ପାରୁନାହାନ୍ତି ଇମ୍ରାନ ଖାଁ। ବିରୋଧୀ ଦଳ ପକ୍ଷରୁ ପ୍ରସ୍ତାବ ଆସିଥିବା ବେଳେ ସମର୍ଥନ ଜଣାଇଛନ୍ତି ଶାସନ ଦଳର ନେତା। ଆର୍ଥିକ ଅବ୍ୟବସ୍ଥା ଓ ଦରବୃଦ୍ଧି ପ୍ରସଙ୍ଗରେ ପାଖାପାଖି ଶହେରୁ ଅଧିକ ସାଂସଦ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।

ଆସନ୍ତା ୨୮ ତାରିଖରେ ସଂସଦରେ ଇମ୍ରାନଙ୍କ ବିରୋଧରେ ହେବ ଭୋଟିଂ। ଭୋଟ ପୂର୍ବରୁ ନିଜ ଦଳର ଅନେକ ସାଂସଦ ଇମ୍ରାନଙ୍କ ବିରୋଧରେ ସ୍ବରକୁ ତୀବ୍ର କରିଛନ୍ତି । ପିଏମଏଲଏନ୍ ଓ ପିପିପି ଖୋଲାଖୋଲି ଭାବେ ଇମ୍ରାନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଇମ୍ରାନଙ୍କ ପାଇଁ ଦେଶର ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଛି। ଯେଉଁଥିପାଇଁ ତୁରନ୍ତ ତାଙ୍କୁ ଗାଦିଚ୍ୟୁତ କରାଇବା ଆବଶ୍ୟକ ବୋଲି ବିରୋଧୀ ପ୍ରସ୍ତାବ ଆଣିଛନ୍ତି ।ଗତ ମାର୍ଚ୍ଚ ୮ ତାରିଖରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା।ଇମ୍ରାନଙ୍କ ଦଳ ପାକିସ୍ତାନ-ଇ-ତେହେରିକ(ପିଟିଆଇ) ପକ୍ଷରୁ ୨୪ ଜଣ ନିର୍ବାଚିତ ସଦସ୍ୟ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ଘୋଷଣା କରିଛନ୍ତି। ସେପଟେ ବିରୋଧୀ ଦଳ ସାଂସଦଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଇମ୍ରାନ କହିଛନ୍ତି ।

ଆର୍ଥିକ ଅବ୍ୟବସ୍ଥା ଓ ଦରବୃଦ୍ଧି ପ୍ରସଙ୍ଗ ଯୋଗୁ ଇମ୍ରାନଙ୍କୁ ଦାୟୀ କରି ବିରୋଧୀ ଦଳମାନେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ପାକିସ୍ତାନର ପ୍ରମୁଖ ଦୁଇ ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ-ନୱାଜ୍ (ପିଏମଏଲ-ଏନ)ଓ ପାକିସ୍ତାନ ପିପୁଲ୍ସ ପାର୍ଟି ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଛି । ନିୟମ ଅନୁସାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବାକୁ ଅତି କମରେ ୬୮ ଜଣ ସାଂସଦଙ୍କ ସ୍ୱାକ୍ଷର ଆବଶ୍ୟକ । ପାକିସ୍ତାନ ଜାତୀୟ ଆସେମ୍ବଲିକୁ ଅନାସ୍ଥା ପ୍ରସ୍ତାବରେ ୧୦୦ ଜଣ ସାଂସଦ ସ୍ୱାକ୍ଷର ରହିଛି।ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପାଇଁ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ସଂସଦରେ  ଅତିକମରେ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଯଦି ବିରୋଧୀ ଦଳମାନେ ଅତିକମରେ ୧୭୨ ସଦସ୍ୟଙ୍କ ସମର୍ଥନ ଯୋଗାଡ଼ କରିପାରିଲେ ତେବେ ଇମ୍ରାନ ବିଦା ହେବା ନିଶ୍ଚିତ ହୋଇଯିବ।

Leave A Reply

Your email address will not be published.