ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟ ପାଇଲେ ରାଷ୍ଟ୍ରପତି ସମ୍ମାନ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସାରଦାପ୍ରସାଦ ରାୟ(୯୬)ଙ୍କୁ ଆଜି ଅଗଷ୍ଟ କ୍ରାନ୍ତୀ ଦିବସରେ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯାଇଛି । ଛାତ୍ର ଅବସ୍ଥାରୁ ମାତୃ ଭୂମି ପାଇଁ ସଂଗ୍ରାମ କରି ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନ ରେ ଭାଗନେଇ ସେ ୯ ମାସ କାରାବରଣ କରିଥିଲେ l ବାସୁଦେବପୁରର ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଜିଲ୍ଲାର ଗୌରବ ହୋଇ ରହିଛନ୍ତି । କ୍ରାନ୍ତି ଦିବସ ଉପଲକ୍ଷେ ମହାମହିମ ରାଷ୍ଟ୍ରପତି ଜିଲ୍ଲାପାଳଙ୍କ ଜରିଆରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଆଜି ଭାରତଛାଡ଼ ଆନ୍ଦୋଳନରେ ତାଙ୍କର ସ୍ମରଣୀୟ ସମ୍ପୃକ୍ତି ପାଇଁ ତାଙ୍କ ବାସୁଦେବପୁର ତୁଳମତୁଳା ସ୍ଥିତ ବାସଭବନରେ ଜିଲ୍ଲାପାଳ ଡଃ. ଜ୍ଞାନ ଦାସ ଓ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସ୍ୱାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କୁ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ସମ୍ମାନ ପ୍ରଦାନ କରିଛନ୍ତି ।

ସ୍ୱାଧୀନତା ସଂଗ୍ରାମୀ ସାରଦାପ୍ରସାଦ ରାୟ ମାତ୍ର ୧୫ ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ଇରମ ଅଞ୍ଚଳରେ ଇଂରେଜ ବିରୋଧରେ ସ୍ୱର ଉତ୍ତୋଳନ କରି ସେ ଲୋକଙ୍କୁ ବ୍ରିଟିଶ୍‌ ଶାସନ ବିରୋଧରେ ପ୍ରବର୍ତ୍ତାଉଥିଲେ ।

Leave A Reply

Your email address will not be published.