ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ବର : ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ପ୍ରଫେସର ସ୍ୱାଇଁଙ୍କୁ କୁଳପତି ଭାବେ ନିଯୁକ୍ତ କରିଛନ୍ତି। ସେ ତିନି ବର୍ଷ ଏହି ପଦବୀରେ ରହିବେ । ଅଧ୍ୟାପନାରେ ପ୍ରଫେସର ସ୍ୱାଇଁଙ୍କ ଦୀର୍ଘ ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି।